

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲାର ଗୋପାଳପୁର ଏନ୍ଏସି ସମ୍ପୂର୍ଣ୍ଣ ରୂପେ କରୋନା ପଜିଟିଭ୍ ମୁକ୍ତ ହୋଇଛି । ଗତ ୧୫ରୁ ୨୯ ତାରିଖ ମଧ୍ୟରେ ଏଠାରୁ କେହି କରୋନା ପଜିଟିଭ୍ ଚି଼ହ୍ନଟ ହୋଇନାହାନ୍ତି । ଏହି ଏନ୍ଏସି ରେଡ୍ରୁ ଗ୍ରୀନ ୱାର୍ଡରେ ପରିଣତ କରିବା ପାଇଁ ଥିବା ଗଞ୍ଜାମ ଜିଲା ପ୍ରଶାସନ ମିଶନ ସଫଳ ହୋଇଛି । ଲକ୍ଷଣ ଚି଼ହ୍ନଟ, ଆଇସୋଲେଶନ, କମ୍ୟୁନିଟି ସାମିଲ ହେବାର ଠିକ୍ ମନିଟରିଂ ପାଇଁ ଏହି ସଫଳତା ହାସଲ କରାଯାଇ ପାରିଛି ବୋଲି ଗୁରୁବାର ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ୍ କରି ସୂଚନା ଦେଇଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା