

ଗୋପାଳପୁର (ସମୃଦ୍ଧ ଓଡିଶା) କରୋନା କଟକଣା ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି ସ୍ୱାୟତ୍ତ ଶାସନ ଦିବସ । ଗଞ୍ଜାମ ଜିଲ୍ଲା ଗୋପାଳପୁର ବିନଗାପିତ ଅଞ୍ଚଳ ପରିଷଦରେ କରୋନା ଗାଇଡଲାଇନକୁ ମାନି ନିଡାମ୍ବର ଭାବେ ଏହି ଦିବସ ପାଳନ କରାଯାଇଥିଲା । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଏନ୍ ଏସ୍ ସିର ନିର୍ବାହୀ ଅଧିକାରୀ ଉମାଶଙ୍କର ସେଠୀ ଉପସ୍ଥିତ ରହି ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏନ୍ ଏସ୍ ସିର ସମସ୍ତ କର୍ମ ଚାରି ମଧ୍ୟ ପତାକା ଉତ୍ତୋଳନ ବେଳେ ଉପସ୍ଥିତ ରହି ଜାତୀୟ ସଂଗୀତ ଗାନ କରିଥିଲେ । ଶ୍ରୀ ସେଠୀ ସାୟତ ଶାସନ ଦିବସ ବିଷୟରେ ବିସ୍ତୃତ ଆଲୋଚନା ସହ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏଥି ସହିତ କର୍ମଚାରି ମାନେ ଜନସାଧାରଣଙ୍କ ନିକଟରେ ବିଶ୍ବାସ ଭାଜନ ହେବାକୁ ପରାମର୍ଶ ଦେଇଥିଲେ । ସମସ୍ତ ସଫେଇ କର୍ମଚାରୀଙ୍କୁ ଏହି ଅବସରରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା