ଗୋପାଳପୁର ପୌର ପରିଷଦର ସମସ୍ତ ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣର ଶୁଭାରମ୍ଭ…

ଗୋପାଳପୁର (ସମୃଦ୍ଧ ଓଡିଶା) ଗୋପାଳପୁର ଏନ୍ ଏସିକୁ ଆଜି ବିଶୁଦ୍ଧ ଜଳ ଯୋଗାଣ ସହ ଶତ ପ୍ରତିଶତ ଘରକୁ ଜଳଯୋଗାଣ କାର୍ଯ୍ୟକ୍ରମକୁ ଆଜି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ଲୋକାର୍ପିତ କରାଯାଇଛି । ଏହି ଯୋଜନାକୁ ଠିକ ସମୟରେ ଶେଷ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିବା ନେଇ ଜିଲ୍ଲାପାଳ ବିଜୟା ଅମୃତା କୁଲଂଗେ ଏନ୍ ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଉମା ଶଙ୍କର ସେଠୀଙ୍କୁ ଜଣାଇଛନ୍ତି । ସୂଚନା ଯୋଗ୍ୟ ଯେ ଆଜି ଦିନ ବେଳେ ସୁଜଲ ଯୋଜନାରେ ୧୩୦୦ କୋଟି ବିନିଯୋଗରେ ରାଜ୍ୟର ୧୫ଟି ସହରରେ ୧୫ ଲକ୍ଷ ଲୋକଙ୍କୁ ଟ୍ୟାପ ଯୋଗେ ପ୍ରତ୍ୟେକ ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କାର୍ଯ୍ୟର ଶୁଭାରମ୍ଭ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ବାରା ଆଜି ଲୋକାର୍ପିତ କରାଯାଇଛି । ଏହାସହ ଭୁବନେଶ୍ୱର, ଦିଗପହଣ୍ଡି, କାଶୀନଗର ଓ ଗୋପାଳପୁରରେ ଶତ ପ୍ରତିଶତ ଗୂହକୁ ଏହି ଯୋଜନାରେ ସଂଯୋଗ ଓ ଯୋଗାଣର ମଧ ଶୁଭାରମ୍ଭ କରିଥିଲେ । ଏ ନେଇ କାର୍ଯ୍ୟ ନିର୍ବାହୀ ଅଧିକାରୀ ଉମାଶଙ୍କର ସେଠୀଙ୍କ ସହ ଯୋଗା ଯୋଗ ବେଳେ ସେ ସୂଚନା ଦେଇଛନ୍ତି ଯେ ଏନ୍ ଏସିରେ ଥିବା ସମସ୍ତ ୧୪୪୮ ଘରକୁ ବିଶୁଦ୍ଧ ପାନୀୟ ଜଳ ପାଇପ୍ ସଂଯୋଗ କରାଯାଇଥିବା ସହ ସର୍ବସାଧାରଣଙ୍କ ପାଇଁ ୨ଟି ଷ୍ଟେଣ୍ଡ ପୋଷ୍ଟର ନିର୍ମାଣ କରାଯାଇ ପାଣି ପ୍ରଦାନ କରାଯାଉଛି, ଯାହା ସହରବାସୀଙ୍କୁ ଶତପ୍ରତିଶତ ପାନୀୟ ଜଳର ସୁବିଧା ଯୋଗାଇଥିବା କହିଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା