

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା ଗୁମା ବ୍ଲକ ଅନ୍ତର୍ଗତ ଗୋପାଳପୁର ଗ୍ରାମରେ ୫ଗୋଟି ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ଆଜି ହାଇଟେକ ଗ୍ରୁପ ତଥା ପାରଳା ସ୍ୱାଭିମାନ ମଞ୍ଚର ଅଧକ୍ଷ ଡକ୍ଟର ତିରୁପତି ପାଣିଗ୍ରାହୀ ଗୋପାଳପୁର ଗ୍ରାମ ଗ୍ରସ୍ତ କରି ନଷ୍ଟହୋଇଯାଇଥିବା ଘୋର ବୁଲି ଦେଖିଥିଲେ । କଚ୍ଚା ଘର ଗୁଡିକୁ ଭାଙ୍ଗି ତୁରନ୍ତ ଆବାସିକ ଯୋଜନା ନେଇ ତୁରନ୍ତ ପକା ଘର ସବୁ ତିଆରି କରିବାକୁ ଉପଦେଶ ଦେଇଥିଲେ । ପୋଡିଯାଇଥିବା ଘର ଅସହାୟତା ଲୋକଙ୍କୁ କିଛି ଆର୍ଥିକ ସହାୟତା ମଧ୍ୟ କରିଥିଲେ । ଡକ୍ଟର ପାଣିଗ୍ରାହୀଙ୍କ ସହ ତିରୁପତି ରାଓ, ଏମ କ୍ରିଷ୍ଣା, ବି ବାଲ ରାଜୁ, ସୂର୍ଯ୍ୟନାରାୟଣ ପାତ୍ର, ବାପି ପଣ୍ଡା ପ୍ରମୂଖ ଉପସ୍ଥିତ ଥିଲେ ।
ରିପୋର୍ଟ : କୃଷ୍ଣ କୁମାର ବେହେରା
