ଗୋପାଳପୁର ପାନ୍ଥନିବାସରେ ରଜ ମହୋତ୍ସବ ଉଦଘାଟିତ…

ଗୋପାଳପୁର (ସମୃଦ୍ଧ ଓଡିଶା) ପ୍ରତିବର୍ଷ ଭଳି ପାନ୍ଥ ନିବାସ ଗୋପାଳପୁର ଠାରେ ରଜ ମହୋତ୍ସବ ଆଜି ମଧ୍ୟ ପାଳନ କରାଯାଇଛି । ଏହି ଉତ୍ସବ ଆଜି ଠାରୁ ତଥା ୧୩ ରିଖ ଠାରୁ ୧୬ ରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଚଳିବ । ଆଜିର ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଗୋପାଳପୁର ଏନଏସି ଅଧ୍ୟକ୍ଷା ଏ. ମହାଲକ୍ଷ୍ମୀ ଯୋଗଦେଇ ଉଦଘାଟନ କରିଛନ୍ତି । ସମ୍ମାନିତ ଅତିଥି ଭାବରେ ସନାତନ ନାୟକ ସହ ନିର୍ଦ୍ଦେଶକ ପର୍ଯ୍ୟଟନ ବିଭାଗ, ବଢ଼ିବାବୁ ସୁରେନ୍ଦ୍ର ମହାପାତ୍ର ଯୋଗ ଦେଇଥିଲେ ଏହାସହ ନାରାୟଣ ମହାଙ୍କୁଡ ପର୍ଯ୍ୟଟନ ଭାରତ, ସବ୍ୟସାଚି କର ପରିଚାଳକ ପାନ୍ଥନିବାସ, ବୈଲଚନ ବିଶ୍ୱାସ, ପ୍ରମୋଦ ସେଠି, ଦୀପକ ମାର୍ଥା ଅତିଥି ଭାବେ ଯୋଗ ଦେଇଥିଲେ । ଏହି ରଜ ମହୋତ୍ସବରେ ଓଡ଼ିଶାର ପାରମ୍ପାରିକ ପୋଡପିଠା, ମଣ୍ଡା ପିଠା, କାକରା ପିଠା, ଆଢିଶା, ଚକୁଳି ପିଠା ଇତ୍ୟାଦି ୧୬ ପ୍ରକାର ବ୍ୟଞ୍ଜନ ପରିବେଷଣ କରାଯାଇଥିଲା । ପାନ୍ଥନିବାସର ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦା ଓ ଅତିଥିମାନେ ସୁ-ସର୍ଜିତ ରଜ ଦୋଳି ଖେଳି ଆନନ୍ଦ ନେଇଥିଲେ । ଦକ୍ଷିଣ ଓଡ଼ିଶାର ଓ ଗଞ୍ଜାମ ଜିଲ୍ଲାର କଳା, ସାହିତ୍ୟ, ସଂସ୍କୃତି, ପର୍ଯ୍ୟଟନ ପରମ୍ପରାର ପ୍ରସାର ପ୍ରଚାର ପାଇଁ ପାନ୍ଥନିବାସ ଓ ପର୍ଯ୍ୟଟନ ବିଭାଗ ପ୍ରତିବର୍ଷ ଏହି ବର୍ଷ ମଧ୍ୟ ରଜ ଉତ୍ସବ ପାଳନ କରୁଛନ୍ତି । ଏହି ଉତ୍ସବରେ ସମସ୍ତ ପ୍ରକାର ପିଠା, ବ୍ୟଞ୍ଜନ ବ୍ରହ୍ମପୁର ଓ ଗୋପାଳପୁରର ସମସ୍ତ ଜନସାଧାରଣ ପାଇଁ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଅଳ୍ପ ମୂଲ୍ୟରେ ପରିବେଷଣ କରାଯିବ ବୋଲି ସବ୍ୟସାଚି କର ତାଙ୍କ ମନ୍ତବ୍ୟରେ କହିଛନ୍ତି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା