ଗୋପାଳପୁର ବନ୍ଦର ଶ୍ରମିକ ସଂଗଠନ ମହାସଂଘର ବିଭିନ୍ନ ଦାବିନେଇ ଆନ୍ଦୋଳନର ଧମକ

ଛତ୍ରପୁର (ନିମାଇଁ ଚରଣ ପଣ୍ଡା) ଗୋପାଳପୁର ବନ୍ଦର ଶ୍ରମିକ ସଂଗଠନ ମହାସଂଘର ଆହ୍ଵାନକ୍ରମେ ସମସ୍ତ ଶ୍ରମିକ ମାନଙ୍କୁ ସବୁଦିନିଆ କାମ ଯୋଗାଇଦେବା ଓ ଅନ୍ୟାନ୍ୟ ଦାବିନେଇ ଅନିର୍ଦ୍ଧିଷ୍ଟ ଧାରଣା ଦେବାପାଇଁ ଧମକ ଦିଆଯାଇଛି । ଏକ ପ୍ରେସ ବିବୃତିରେ ଗୋପାଳପୁର ବନ୍ଦର ସଂଘର ସଭାପତି ଜଣାଇଛନ୍ତି ଯେ ଆସନ୍ତା ୨୬ତାରିଖ ଠାରୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ଗୋପାଳପୁର ବନ୍ଦର ମୁଖ୍ୟ ଫାଟକ ଆଗରେ ବିଭିନ୍ନ ଦାବିନେଇ ଧାରଣା ଦେବେ । ଏଥିରେ ସମସ୍ତ ଶ୍ରମିକ ଅଂଶଗ୍ରହଣ କରିବା ପାଇଁ କୁହାଯାଇଛି । ସେମାନଙ୍କର ଚାକିରିର ସ୍ଥାୟୀତ୍ୱ, ସବୁଦିନିଆ କାମ ଓ ନିୟମ ପ୍ରକାରେ ଶ୍ରମିକ ମାନଙ୍କୁ ଯୋଗାଇ ଦିଆଯାଉଥିବା ଅନ୍ୟାନ୍ୟ ସମସ୍ତ ସୁବିଧା ବନ୍ଦର କତୃପକ୍ଷ ଲାଗୁକରିବାକୁ ଦାବିକରି ବନ୍ଦର ପ୍ରଥମ ଗେଟ ମୁହଁରେ ଧାରଣାରେ ବସିବେ ବୋଲି ସଂଘ ପକ୍ଷରୁ କୁହାଯାଇଛି ।