ଗୋପାଳପୁର ବନ୍ଦର ଶ୍ରମିକ ସଂଗଠନ ମହାସଂଘ ପକ୍ଷରୁ ଗୋପାଳପୁର ବନ୍ଦର ଉଭୟ ଫାଟକ ସମ୍ମୁଖରେ କାର୍ଯ୍ୟବନ୍ଦ ଆନ୍ଦୋଳନ ସପ୍ତମ ଦିନରେ …

ଛତ୍ରପୁର(ସମୃଦ୍ଧ ଓଡିଶା)ଗୋପାଳପୁର ବନ୍ଦର ଶ୍ରମିକ ସଂଗଠନ ମହାସଂଘ ପକ୍ଷରୁ ବିଭିନ୍ନ ଦାବିନେଇ ଶ୍ରମିକ ମାନେ ଗୋପାଳପୁର ବନ୍ଦର ଉଭୟ ଫାଟକ ସମ୍ମୁଖରେ ଆନ୍ଦୋଳନ ଚାଲୁ ରଖିଥିବା ବେଳେ ଆଜି ତାହା ସପ୍ତମ ଦିନରେ ପହଞ୍ଚିଛି।ଏହି ଆନ୍ଦୋଳନକୁ ସମର୍ଥନ କରି ଓ ଶ୍ରମିକମାନଙ୍କ ବିଭିନ୍ନ ଦାବି ଉପରେ ଅବଗତ ହେବ ପାଇଁ ଗଂଜାମ ଜିଲ୍ଲା କଂଗ୍ରେସ ସଭାପତି ଡା.ତ୍ରିନାଥ ବେହେରା, କାର୍ଯ୍ୟକାରୀ ସଭାପତି ପିତବାସ ପଣ୍ଡା, ଭୋକାଲୀ ସେଠୀ,ଆଇଏନଟିୟୁସି  ରାଜ୍ୟସମ୍ପାଦକ ଜି ଆରେୟା, ଜିଲ୍ଲା ଯୁବଶାଖାର ଜିଲ୍ଲା ସଭାପତିଙ୍କ ସମେତ ସମସ୍ତ ଶ୍ରମିକ ସଂଘର ମୁଖ୍ୟମାନେ ଅଂଶ ଗ୍ରହଣ କରିଥିଲେ । ଦାବି ପୁରଣ ହେବାଯାଏଁ ଏହି ଆନ୍ଦୋଳନ ଚାଲୁରହିବ ବୋଲି କହିଛନ୍ତି । 

ରିପୋର୍ଟ:ନିମାଇଁ ଚରଣ ପଣ୍ଡା