

ଗୋପାଳପୁର (ସମୃଦ୍ଧ ଓଡିଶା) ଗୋପାଳପୁର ବେଳାଭୂମିରେ ଧୁ ଧୁ ଖରା ଓ ତାତିଲା ବାଲିରେ ପଡ଼ି ରହିଛି ଅନେକ ସାମୁଦ୍ରିକ ପ୍ରାଣୀଙ୍କ ମୃତ ଦେହ । ଲାଗୁଥିଲା ଯେମିତି ବିବର୍ତ୍ତନ ପ୍ରକ୍ରିୟା ଦ୍ୱାରା ଏକ ନୂତନ ଯୁଗର ଆଗମନ ହେବାକୁ ଯାଉଛି । ଛାତ୍ରଛାତ୍ରୀମାନଙ୍କ ସହ ବେଳାଭୂମିର କିଛି ଅଂଶକୁ ପରିଷ୍କାର କରିବା ନିମନ୍ତେ ଆର. ଏନ. ଡିଗ୍ରୀ କଲେଜ, ଡୁରା ହେଚଡି ଜୁଲୋଜୀ, ଉଷା ରାଣୀ ବ୍ରହ୍ମା ପହଂଚି ଥିଲେ । ସୋଲୋ, ପ୍ଲାଷ୍ଟିକ ସଫେଇ କରିବେ କଣ ସେଠି ଏମିତି ବିରଳ ମାନର ପ୍ରାଣୀଙ୍କ ମୃତ ଦେହଗୁଡିକ ଦେଖି ସମସ୍ତେ ଅତି ମର୍ମାହତ ହୋଇଯାଇଥିଲେ । ଅନେକ କିସମର ପ୍ରାଣୀ ଯେପରି କି ଟ୍ରାଇଗନ, ଗୋରଗୋନିଆ, ଷ୍ଟାରଫିସ, ଡିଓଡ଼ନ, ଭେକଟି, କ୍ରାବିସ, ସ୍ମାଇଲସ, କୋରାଲସ ଇତ୍ୟାଦି ଦେଖିବାକୁ ମିଳିଥିଲା । ସେଠାରେ ଉପସ୍ଥିତ ଥିବା ମତ୍ସ୍ୟଜୀବୀମାନଙ୍କୁ ଯାଇ ପଚାରିବାରୁ ସେମାନେ ସୂଚନା ଦେଇଥିଲେ ଯେ ଏହି ପ୍ରାଣୀମାନେ ମୃତୁ ଅବସ୍ଥାରେ ପାଣିରେ ଭାସି ଆସୁଛନ୍ତି । ଜାଲରେ ବି ମାଛ ଧରିବା ବେଳେ ଆସୁଛନ୍ତି । ଏଥିରୁ ଆଲୋଚନା କରାଯାଇପାରେ ଯେ ଦୂଷିତ ଜଳ ଓ ଉଶ୍ମିୟ ପ୍ରଦୂଷଣ ଏହାର ମୁଖ୍ୟ କାରଣ । ସମୁଦ୍ର ଗର୍ଭରେ ରହିବା ଏହି ପ୍ରାଣୀମାନଙ୍କ ଲାଗି ଆଉ ଉପଯୋଗୀ ହେଉନି । ତେଣୁ ପ୍ରତେକ ଦିନ ବହୁ ପରିମାଣରେ ଏହି ଦୁର୍ଲଭ ପ୍ରାଣୀମାନଙ୍କୁ ଏମିତି ମୃତ୍ୟୁ ଅବସ୍ଥାରେ ଦେଖିବାକୁ ମିଳୁଛି । ଶ୍ରୀମତି ବର୍ମା କହନ୍ତି ଯେ ଯଦି ଏହି ପରି ଆଗକୁ ଏହି ପ୍ରଦୂଷଣକୁ ରୋକା ନ ଯାଏ ତାହାଲେ ବିରଳ ପ୍ରାଣୀମାନଙ୍କୁ ଆଉ ମ୍ୟୁଜିୟମରେ ଦେଖିବାକୁ ମିଳିବନି କେବଳ ପୁସ୍ତକ ପୃଷ୍ଠାରେ ଆଙ୍ଗୁଠି ଦେଖାଇ ଅଧ୍ୟୟନ କରିବାକୁ ହେବ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା



