

ଗୋପାଳପୁର (ସମୃଦ୍ଧ ଓଡିଶା) ଦୀର୍ଘ ୫ ଦିନ ଧରି ଚାଲିଥିବା ଗୋପାଳପୁର ବେଳାଭୂମିର ମହୋତ୍ସବ ଆଜି ଉଦଯାପିତ ହୋଇଯାଇଛି । ଅନ୍ତିମ ଦିବସରରେ ବିଭିନ୍ନ ଆଧୁନିକ ସମ୍ବଲପୁରୀ ସଙ୍ଗୀତ ପରିବେଷଣ କରାଯାଇଥିଲା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ସମେତ ଷ୍ଟାର ନାଇଟ ସାନ୍ ଓ ତାଙ୍କ ଦଳର ଆକଷର୍ଣକାରୀ ସଂଗୀତରେ ଲକ୍ଷାଧିକ ଦର୍ଶକ ମସଗୁଲ ହୋଇଯାଇଥିବା ଦେଖିବାକୁ ମିଳିଥିଲା । ସେହିପରି ମୀନା ବଜାରରେ କୁନି କୁନି ପିଲାମାନଙ୍କ ମଧ୍ୟରେ ଦୋଳି ଖେଳ ଓ ଚଟପଟ ଖାଉଥିବା ଦେଖିବାକୁ ମିଳିଥିଲା । ରବିନ୍ କୁକ୍ ନାମକ ଏକ ରେଷ୍ଟୁରାଣ୍ଟରେ ସୁଆଦ ଓ ପାତଞ୍ଜଳି ଫୁଡ୍ କୋର୍ଟ ଖାଇବାକୁ ଲୋକଙ୍କ ଭିଡ ଜମିଥିଲା । ସେହିପରି ଘରୋଇ ଜିନିଷ ଉପକରଣ ବ୍ୟବହାର ହେଉଥିବା ଜିନିଷ କିଣିବାକୁ ଲୋକଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଥିଲା ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

