

ଗୋପାଳପୁର (ସମୃଦ୍ଧ ଓଡିଶା) ଗୋପାଳପୁର ବେଳାଭୂମି ବିଚ୍ ଫେଷ୍ଟିଭାଲ ମଣ୍ଡପଠାରେ ଯୁବ କଂଗ୍ରେସ କ୍ରାନ୍ତି ସମାବେଶ ଜିଲ୍ଲା କଂଗ୍ରେସର କାର୍ଯ୍ୟକାରୀ ସଭାପତି ଶାକା ସୁଜିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଅଖିଳ ଭାରତୀୟ ଯୁବ କଂଗ୍ରେସ ସଭାପତି କେଶବ ଚନ୍ଦ୍ର ଯାଦବ, ଉପସଭାପତି ଶ୍ରୀନିବାସ, ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସ, ଓଡ଼ିଶା ଯୁବ କଂଗ୍ରେସ ସଭାପତି ଲୋକନାଥ ମହାରଥୀ, ସମ୍ପାଦକ ଗୋକୁଳ ପାଣି, ପିସିସି ସମ୍ପାଦକ ମନୋଜ ଜେନା, ଗଂଜାମ ଜିଲ୍ଲା କଂଗ୍ରେସ ସଭାପତି ଡ.ତ୍ରିନାଥ ବେହେରା, କାର୍ଯ୍ୟକାରୀ ସଭାପତି ଦୀପକ ପଟ୍ଟନାୟକ, ରଙ୍ଗେଇଲୁଣ୍ଡା ସମିତି କଂଗ୍ରେସର ସଭାପତି ଏସ.ଧର୍ମରାଜ ରେଡ୍ଡି, ଯୁବନେତା ଅନିଲ ପରିଡ଼ା, ସାଇପ୍ରସାଦ ପାତ୍ର, ହର୍ଷଦ ରିଆଜ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ବିଶ୍ୱଜିତ ପାତ୍ର, ଗଜପତି ଜିଲ୍ଲା ପ୍ରଭାରୀ ଶମ୍ଭୁ ପାଣିଗ୍ରାହୀ, ସାନଖେମୁଣ୍ଡି ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଜେନା, ପିସିସି ସମ୍ପାଦକ ମନୋଜ ଜେନା, ଅଲଇଣ୍ଡିଆ ଯୁବ କଂଗ୍ରେସ ସମ୍ପାଦକ କୋକା ପାଢ଼ୀ ପ୍ରମୁଖ ମଂଚାସୀନ ରହି କେନ୍ଦ୍ର ସରକାର ବିଜେପି ଓ ରାଜ୍ୟର ବିଜେଡିର ବିଫଳତାକୁ ବଖାଣିଥିଲେ । ଏହି କ୍ରାନ୍ତି ରଥ ଡିସେମ୍ବର ୨୧ ତାରିଖଠାରୁ ବାହାରି ଗୋପାଳପୁରଠାରେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏହି କ୍ରାନ୍ତି ରଥ ୨୦୧୯ ଜାନୁୟାରୀ ୪ ତାରିଖରେ ପହଂଚିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି । ଏହି କ୍ରାନ୍ତି ରଥ ଯାତ୍ରାରେ ପ୍ରାୟ ୩୦୦ରୁ ଉଦ୍ଧ୍ୱର୍ ବାଇକ ରାଲି ସହ ସଭାମଣ୍ଡପଠାରେ ପ୍ରାୟ ୨୫୦୦ରୁ ଉଦ୍ଧ୍ୱର୍ କର୍ମୀ ଉପସ୍ଥିତ ଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା







