ଗୋପାଳପୁର ମକର ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟା …

ଗୋପାଳପୁର (ସମୃଦ୍ଧ ଓଡିଶା) ଗୋପାଳପୁର ବେଳାଭୂମି ଠାରେ ଚାଲିଥିବା ତିନି ଦିନିଆ ମକର ମହୋତ୍ସବର ୨ୟ ଦିନର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶାଖାପାଟନାମ ଲାୟନ୍ସ କ୍ଲବର ଅଧ୍ୟକ୍ଷ ଡ଼ିଏସଏସ ବର୍ମା ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଏସଏସଆଇଟି ର ଅଧ୍ୟକ୍ଷ ଡ଼. ଭଗବାନ ଗନ୍ତାୟତ ଅବସର ପ୍ରାପ୍ତ ଡାକ୍ତର ଡ଼ଃ. ପି.ସି ସାହୁ, ଗଞ୍ଜାମ ବିଜେଡି ମହିଳା ସମ୍ପାଦିକା ରତ୍ନାମଣି କର୍ଟନ, ଆଇନଜୀବୀ ସଂଘର ସଂପାଦକ ଅରୁଣ କୁମାର ବିଶ୍ୱାଳ, ବ୍ରହ୍ମପୁର ଲାୟନ୍ସ କ୍ଲବର ଅଧ୍ୟକ୍ଷ ପି. ଧର୍ମା ରାଓ, ସଂପାଦକ ଜେ. ସମେଶ୍ଵର ରାଓ ପ୍ରମୁଖ ମଞ୍ଚାସିନ ରହି ଏହି କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରସଂଶା କରିବା ସହ ଏହି କାର୍ଯ୍ୟକ୍ରମ ଦ୍ୱାରା କଲା ସଂସ୍କୃତି ଲୋକଲୋଚନକୁ ଆଣିବା ସହ ପର୍ଯ୍ୟଟନର ବିକାଶ ହେବ ବୋଲି ମତ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବାର ସଙ୍ଘର ସଭାପତି ମହୋନ ସିଂହାରୀ ଅଧ୍ୟକ୍ଷତା କରିଥିଲେ । ଏହି କାର୍ଯ୍ୟକ୍ରମରେ ଏହାର ଆଖ ପାଖ ଅଞ୍ଚଳର ବିଭିନ୍ନ ଅନୁଷ୍ଠାନର କଳାକାରମାନେ ନୃତ୍ୟ ସଙ୍ଗୀତ ପରିବେଷଣ କରିଥିଲେ ।ମକର ସଂକ୍ରାନ୍ତି ଅବସରରେ ଗୋପାଳପୁରରେ ପ୍ରାୟ ୧୦ ହଜାରରୁ ଉର୍ଦ୍ଧ ପର୍ଯ୍ୟଟନଙ୍କ ଭିଡ଼ ଜମିଥିଲା । ଏହି ପ୍ରରିପ୍ରେକ୍ଷୀରେ ଗୋପାଳପୁର ଥାନା ଅଧିକାରୀ ସୁଶାନ୍ତ ସାହୁଙ୍କ ନେତୃତ୍ୱରେ କଡା ସୁରକ୍ଷା ବ୍ୟବସ୍ଥା କରି ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ ହୋଇଥିଲା । ଏହି ୨ୟ ସନ୍ଧ୍ୟାରେ କୁନି କୁନି କଳାକାର ମାନଙ୍କ ନୃତ୍ୟ, ସଙ୍ଗୀତ, ଫେସନସୋ, ସ୍କେଟିଂ, କ୍ଷୁଦ୍ର ନାଟକ ପରିବେଷଣ କରାଯାଥିଲା ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା