


ଗଞ୍ଜାମ (ସମୃଦ୍ଧ ଓଡିଶା) ଗଞ୍ଜାମ ବ୍ଲକ ଅର୍ନ୍ତଗତ ସୁବଳୟା ସ୍ଥିତ ଗୋପାଳ କୃଷ୍ଣ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଛାତ୍ରୀମାନଙ୍କୁ ଆତ୍ମ ସୁରକ୍ଷା ତାଲିମ ପ୍ରଦାନ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ଇଂରେଜୀ ଅଧ୍ୟାପକ ଗଜେନ୍ଦ୍ର କୁମାର ସେଠିଙ୍କ ସଂଯୋଜନାରେ ଏହି ତାଲିମ ଶିବିରକୁ ମହାବିଦ୍ୟାଳୟର ଅଧ୍ୟକ୍ଷ୍ୟ ଡ଼ଃ. ସିଏଚ. ସୁଧାକର ଉଦଘାଟନ କରି ବର୍ତ୍ତମାନ ସମୟରେ ନାରୀମାନେ ନିଜର ସୁରକ୍ଷା ପାଇଁ ଅନ୍ୟମାନଙ୍କ ଉପରେ ନିର୍ଭର ନ କରି ନିଜେ ହିଁ କରିବା ଆବଶ୍ୟକ ବୋଲି କହିଥିଲେ । ଆତ୍ମ ସୁରକ୍ଷା ଶିବିରର ନୋଡାଲ ଅଫିସର ଡ଼ଃ. ଅନିତା ମିଶ୍ର, ପ୍ରଶିକ୍ଷକ ଲକ୍ଷ୍ମୀପ୍ରିୟା ସାହୁ, ମମତା ବେହେରା ମଞ୍ଚାସୀନ ଥିଲେ । ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଦ୍ୱାରା ଆୟୋଜିତ ଏହି ତାଲିମ ଶିବିର ୧୨ ଦିନ ପର୍ଯ୍ୟନ୍ତ ତାଲିକା ଅଧ୍ୟୟନ ରତି ସମସ୍ତ ଛାତ୍ରୀଙ୍କୁ ଏହି ତାଲିମ ପ୍ରଦାନ କରାଯିବ । ଏଥିରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା