

ପୋଲସରା (ସମୃଦ୍ଧ ଓଡିଶା) ପୋଲସରା ବ୍ଲକ ଅନ୍ତର୍ଗତ ବଡ ପଙ୍କଳବାଡି ଗ୍ରାମ ଠାରେ ଶ୍ରୀ ଗୋପୀନାଥ ସ୍ୱାମୀ ଯୁବ ନାଟ୍ୟ କଳା ସଂସଦ ପକ୍ଷରୁ ତାର ପ୍ରଥମ ଅର୍ଘ୍ୟର ଶ୍ରେଷ୍ଠ ପାରିବାରିକ ସାମାଜିକ ନାଟକ “ଭାଇ ଭଉଣୀର ନୂଆଁ କାହାଣୀ ବା ଫୁଲ ସବାରିରେ ଫୁଲେଇ ରାଣୀ” ଗତକାଲି ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଏହାସହ ଗଞ୍ଜାମ ଜିଲ୍ଲା ପରିଷଦ ପୁର୍ବତନ ଅଧ୍ୟକ୍ଷ, ପୋଲସରା ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷା, ସରପଞ୍ଚ ସମିତି ସଭ୍ୟ ଏବଂ ବହୁ ମନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ ।
ରିପୋର୍ଟ : ଆଶୁତୋଷ ପଟ୍ଟନାୟକ
