ପଶ୍ଚିମବାର୍ଡ (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ କୋଟସାହି ପଞ୍ଚାୟତର ଗୋବର୍ଦ୍ଧନପୁର ଠାରେ ଥିବା ଅଖିଳେଶ୍ୱର ଯୁବକ ସଂଘ ପକ୍ଷରୁ ଆଜି ସଂଧ୍ୟାରେ ୭ ଦିନ ବ୍ୟାପି ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇ ଯାଇଛି । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥିରୂପେ ବାଲେଶ୍ୱର ଜିଲା ଅତିରିକ୍ତ ଚିକିତ୍ସା ଅଧିକାରୀ ଡା. ପରେଶ ଚନ୍ଦ୍ର ନନ୍ଦୀ ଯୋଗ ଦେଇ ଆଜିର ଯୁବଗୋଷ୍ଠୀ ନିଜର ସୁନ୍ଦର ସ୍ୱାସ୍ଥ୍ୟ ବଜାଇ ରଖିବା ପାଇଁ ପ୍ରତ୍ୟେକଦିନ ବିଭିନ୍ନ କ୍ରୀଡା କସରତ ସାଙ୍ଗକୁ ବ୍ୟାୟାମ କରିବା ଆବଶ୍ୟକ ବୋଲି ବର୍ଣ୍ଣନା କରିଥିଲେ । ମୁଖ୍ୟବକ୍ତା ରୂପେ ଶ୍ରୀଜଗନ୍ନାଥ ମହିଳା ମହାବିଦ୍ୟାଳୟର ଅଧ୍ୟାପକ ନିଳକଣ୍ଠ ଖଣ୍ଠା ଯୋଗ ଦେଇ ଓଡିଶା ତଥା ଦେଶର ଆଦୃତ କ୍ରିକେଟ ଖେଳ ଏବେ ଛୋଟ ପିଲାଠାରୁ ଯୁବକ ପର୍ଯ୍ୟନ୍ତ ବେଶ୍ ଲୋକପ୍ରିୟ ହେବା ସଙ୍ଗେ ସଙ୍ଗେ ସମସ୍ତଙ୍କ ମଧ୍ୟରେ ଭାତୃତ୍ୱଭାବ ସୃଷ୍ଟି କରିପାରିଛି ବୋଲି ବର୍ଣ୍ଣନା କରିଥିଲେ । ବସନ୍ତ କୁମାର ମହାନ୍ତିଙ୍କ ପୌରହିତ୍ୱରେ ଅନୁଷ୍ଠିତ ଉତ୍ସବରେ ସମାଜସେବୀ ଅଶୋକ କୁମାର ପରିଡା, ରାଜୀବ କୁମାର ପରିଡା, ରାଧାଶ୍ୟାମ ନାଥ, ଭଗିରଥ ନାଥ, ପ୍ରଦିପ ନାଥ, ଶାନ୍ତନୁ ପଟ୍ଟନାୟକ, ପ୍ରତିଭା ନାଥ, ସିଦ୍ଧାର୍ଥ ଶଂକର ପାଳ, ବିଭୁଦାସ ମହାପାତ୍ର, ବିଶୁଦାସ ମହାପାତ୍ର, ବିଶ୍ୱମ୍ବର ନାଥ, ଦିବାକର ଜେନା, କାଳିଚରଣ ବଡୁ, ନାରାୟଣ ନାଥ, ବଂଶିଧର ବେହେରା ପ୍ରମୁଖ ସମ୍ମାନୀତ ଅତିଥିରୂପେ ଯୋଗ ଦେଇଥିଲେ । ଏହି ଅବସରରେ ଯୁବକ ସଂଘର ସଭାପତି ହେମନ୍ତ କୁମାର ଜେନା ଓ ଉପସଭାପତି ପ୍ରଭାକର ନାଥ ଅତିଥି ମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିଲେ । ଶେଷରେ ବାଇପାଟଣା କ୍ରିକେଟ୍ ଦଳ ଚମ୍ପିଆନ ହୋଇ ୧୦ ହଜାର ଟଙ୍କା ଓ ଟ୍ରଫି ହାସଲ କରିଥିବା ବେଳେ ତାପୁଣ୍ଡିଆ ଦଳ ରନର୍ସ ଅପ ହୋଇ ୮ ହଜାର ଟଙ୍କା ଓ ଟ୍ରଫି ହାସଲ କରିଥିଲା । ସେହିପରି ମେନ୍ ଅଫ ଦିନ ସିରିଜ ରୂପେ ହେମନ୍ତ ଦାସ, ମେନ୍ ଅଫ ଦି ମ୍ୟାଚ୍ ବାପୁନ, ବେଷ୍ଟ ଉଇକେଟ କିପର ରାଜୁ ଓ ବେଷ୍ଟ ବଲର ରୂପେ ପ୍ରଶାନ୍ତକୁ ସମ୍ମାନୀତ ଅତିମାନେ ଟ୍ରଫି ପ୍ରଦାନ କରିଥିଲେ । ଏହି ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା ।
ରିପୋର୍ଟ : ଭୂପତି କୁମାର ପରିଡା