ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏଙ୍କ ନିର୍ଦ୍ଦେଶକ୍ରମେ ଚମାଖଣ୍ଡି ଥାନା ଆମ ପୋଲିସ ସମିତି ପକ୍ଷରୁ ଗୋବିନ୍ଦପୁରରେ ଥିବା କଲାମ ଇନଷ୍ଟିଟ୍ୟୁଟ ପରିସରରେ ସଡକ ସୁରକ୍ଷା ଜୀବନ ରକ୍ଷା ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ ଚମାଖଣ୍ଡି ଥାନା ଅଧିକାରୀ ଚିତ୍ତ ରଂଜନ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଂଜାମ ପୋଲିସ ଜିଲ୍ଲାର ହେଡକ୍ୱାଟର ଡିଏସପି ଦିଲ୍ଲୀପ ଦାସ ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ବିଷୟରେ ସଚେତନତା କରାଇ କହିଥିଲେ ଗୁଣିଗାରେଡିକୁ ବିଶ୍ୱାସ କରନ୍ତୁ ନାହିଁ, ଅନ୍ଧ ବିଶ୍ୱାସ, ଗୁଣିଗାରେଡି, ଖଟ ବିଦ୍ୟା ସନ୍ଦେହ କୈାଣସି ବ୍ୟକ୍ତି ବିଶେଷଙ୍କୁ ନିର୍ଯ୍ୟାତାନ ଦେବା ଆଇନ୍ ଅନୁଯାୟୀ ଦଣ୍ଡନୀୟ ଅପରାଧ ଅଟେ । ଏହିପରି କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ସମ୍ପର୍କରେ ତୁରନ୍ତ ଥାନାରେ ଖବର ଦେବା । ବିଭିନ୍ନ ଅଂଚଳରେ ଲୁଟେରା, କଳାବଜାରି, ବେଆଇନ ମଦ କାରବାର, ଦାଦାବଟି ମାଗୁଥିବା ଲୋକଙ୍କ ସମ୍ପର୍କରେ ଖବର ଥାନାକୁ ଜଣାଇବା, ମହିଳାମାନଙ୍କ ପ୍ରତି ଅଶାଳୀନ ବ୍ୟବହାର ନ କରିବା, ମହିଳାମାନଙ୍କ ପ୍ରତି ହେଉଥିବା ଅଶ୍ଲୀଳ ଇଙ୍ଗିତ, ଅଶ୍ଲୀଳ ଫୋନ୍ କଲ କିମ୍ବା ଅଶ୍ଲୀଳ ମେସେଜ୍ ସମ୍ପର୍କରେ ଥାନାକୁ ଜଣାଇବା, ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଦଣ୍ଡନୀୟ ଅପରାଧ ତେଣୁ ବେଆଇନ ଅସ୍ତ୍ରଶସ୍ତ୍ର କାରବାରକୁ ପ୍ରଶୟ ନଦେବା ଯଦି ଏପରି କିଛି ଘଟଣା ନଜରକୁ ଆସେ ତୁରନ୍ତ ଥାନାକୁ ଖବର ଦେବା, ଗାଡି ଚଳାଇବା ସମୟରେ ହେଲମେଟ୍ ବ୍ୟବହାର କରିବା, ମୋବାଇଲରେ କଥାବାର୍ତ୍ତା କରି ଗାଡି ନ ଚଳାଇବା । ଆଇନ ଅନୁଯାୟୀ ଥିବା ସ୍ୱତନ୍ତ୍ର ବ୍ୟବସ୍ଥା ଅନୁଯାୟୀ ସହଯୋଗ କରିବା, ଏ.ଟିଏମ ରୁ ଟଙ୍କା କାରବାରରେ କୈାଣସି ଅଚିହ୍ନା ବ୍ୟକ୍ତିଙ୍କ ସାହାର୍ଯ୍ୟ ନ ନେବା, ବ୍ୟାଙ୍କ ସମ୍ବନ୍ଧୀୟ କୈାଣସି ତଥ୍ୟ ଫୋନରେ କାହାରିକୁ ନ ଦେବା, ଶ୍ରମିକ ଚାଲାଣ କିମ୍ବା କୈାଣସି ଦାଦନ ସର୍ଦ୍ଦାର ଶ୍ରମିକମାନଙ୍କୁ ନେଇ ରାଜ୍ୟ ବାହାରେ ଥିବା ସଂସ୍ଥାମାନଙ୍କରେ ନିଯୁକ୍ତି କରି ମଜୁରୀ ନ ଦେଇ ନିର୍ଯ୍ୟାତନା ଦେଉଥାଏ ତେବେ ଥାନାରେ ଜଣାଇବା ଏହି ସବୁ ଛାତ୍ରଛାତ୍ରୀମାନଙ୍କୁ ସଚେତନତା କାରଯାଇଥିଲା । ସେମାନେ ସଚେତନତା ହେବା ସହ ଅନ୍ୟମାନଙ୍କୁ କିପରୀ ସଚେତନତା କରିବେ ଏକ ପ୍ରଜେକ୍ଟ ମାଧ୍ୟମରେ ପ୍ରଦର୍ଶିତ କରି ସଚେତନତା କରାଇଥିଲେ । ଏହି କାର୍ଯ୍ୟକ୍ରମରେ କଲାମ ଇନଷ୍ଟିଟ୍ୟୁଟର ପ୍ରିନ୍ସପାଲଙ୍କ ସମେତ ଚମାଖଣ୍ଡି ଥାନା ଓ ଇନଷ୍ଟିଟ୍ୟୁଟ କର୍ମଚାରୀମାନେ ପରିଚାଳନାରେ ସହଯୋଗ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା