

ଭଞ୍ଜନଗର (ସମୃଦ୍ଧ ଓଡିଶା) ଭଞ୍ଜନଗର ବ୍ଳକ ଅନ୍ତର୍ଗତ ଗୋଲାପଡା ଉଚ୍ଚ ବିଦ୍ୟାଳୟରେ ଜୁନିୟର ରେଡ କ୍ରସ ତରଫରୁ କରୋନା ସଚେତନତା ସପ୍ତାହ ପାଳନ ଅବସରରେ ଏକ ସଚେତନତା ଶିବିର କରାଯାଇ ଜନସାଧାରଣଙ୍କୁ ସାବୁନ, ମାସ୍କ, ସାନିଟାଇଜର ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ଭଞ୍ଜନଗର ୟୁ.ବି ହାଇସ୍କୁଲର ଜେ.ଆର୍.ସି କାଉନସିଲର ଶଙ୍କର ପ୍ରସାଦ ପଟ୍ଟନାୟକ ପରିଚାଳନା କରିଥିବା ବେଳେ ପ୍ରଧାନ ଶିକ୍ଷକ କିଶୋର ଚନ୍ଦ୍ର ବେହେରାଙ୍କ ତତ୍ତ୍ବାବଧାନରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଜେ.ଆର୍.ସି ଛାତ୍ରଛାତ୍ରୀଙ୍କ ସହଯୋଗରେ ଗ୍ରାମବାସୀଙ୍କୁ କୋଭିଡ-୧୯ର ମୁକାବିଲା କରିବା ପାଇଁ ସାମାଜିକ ଦୂରତ୍ବ ରକ୍ଷା, ବାରମ୍ବାର ସାବୁନରେ ହାତ ଧୋଇବା, ମାସ୍କ ଓ ସାନିଟାଇଜର ବ୍ୟବହାର କରିବା ଆଦି ସଂପର୍କରେ ସଚେତନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷକ ସରୋଜ କୁମାର ଦାଶ, ଜେ.ଆର୍.ସି କାଉନସିଲର ରୀନା ବିଶ୍ବାଳ, ଶ୍ରୀମତୀ ପି.କୁନିଆମ୍ମା ଦୋରା, ସୁଶ୍ରୀ ମନସ୍ବିନୀ ସେଠୀ, ଶ୍ରୀମତୀ ସୁଭଦ୍ରା ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହାୟତା କରିଥିଲେ ।

