ଗୋଲାମୁଣ୍ଡା ବ୍ଲକ୍‌ ବିଡିଓ ଅକ୍ଷାମିତା କାର୍ତ୍ତିକ ଭିଜିଲାନ୍ସ ଜାଲରେ

ଭୁବନେଶ୍ୱର(ସମୃଦ୍ଧଓଡିଶା)ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବିଡ଼ିଓ ଅକ୍ଷୟମିତା କାର୍ତ୍ତିକ। ଆଜି (ଗୁରୁବାର) ଅପରାହ୍ନରେ ଡିଆରଡିଏ ମିଟିଙ୍ଗ ସାରି ସରକାରୀ ଗାଡିରେ ୪.୯୨ଲକ୍ଷ ଟଙ୍କା ନେଇ ଭବାନୀପାଟଣାରୁ ଗୋଲାମୁଣ୍ଡାକୁ ଆସୁଥିବା ବେଳେ ବାଟରେ କୋଣସି ସୂତ୍ରରୁ ଖବର ପାଇ ଜୁନାଗଡ଼ ବ୍ଲକ ଜାରିଙ୍ଗ ଛକ ନିକଟରେ ଭିଜିଲାନ୍ସ ବିଭାଗ ମାଡି ବସିଥିଲା । ଏହି ସମୟରେ ବିଡ଼ିଓଙ୍କ ସରକାରୀ ଗାଡିରୁ ନଗଦ ୪.୯୨ ଲକ୍ଷ ଟଙ୍କା ଭିଜିଲାନ୍ସ ଜବତ କରିଥିବା ବେଳେ ଟଙ୍କାର ସଠିକ ଉତ୍ତର ଦେଇ ପାରି ନ ଥିବା ଜଣାପଡିଛି। ଫଳରେ ଭିଜିଲାନ୍ସ ବିଭାଗ ବିଡ଼ିଓ କାର୍ତ୍ତିକଙ୍କୁ ନେଇ ଭବାନୀପାଟଣା କାର୍ଯ୍ୟାଳୟରେ ଅଟକ ରଖି ପଚରାଉଚୁରା କରୁଥିବା ସୂଚନା ମିଳିଛି। ଅନ୍ୟପଟେ, ବିଡ଼ିଓ କାର୍ତ୍ତିିକ ଲକ୍ଷାଧିକ ଟଙ୍କା କେଉଁଠୁ ଆଣିଲେ ଓ କାହାଠୁ ଆଣିଲେ ସେନେଇ ଭିଜିଲାନ୍ସ ତଦନ୍ତ ଆରମ୍ଭ କରିଥିବା ବେଳେ ସେପଟେ କୋରାପୁଟରେ ଥିବା ତାଙ୍କ ପୈତୃକ ବାସଭବନ, ରାୟଗଡାରେ ଥିବା ସ୍ବାମୀଙ୍କ ଘର, ଗୋଲାମୁଣ୍ଡା ବ୍ଲକ କାର୍ଯ୍ୟାଳୟ ଓ ସରକାର ବାସଭବନ ସମେତ ଭୁବନେଶ୍ୱରରେ ଥିବା କୋଠା ଆଦି ସ୍ଥାନରେ ବର୍ତ୍ତମାନ ଚଢାଉ ଜାରି ରହିଥିବା ସୂଚନା ମିଳିଛି । ବିଡିଓ ଅକ୍ଷାମିତା କାର୍ତ୍ତିକଙ୍କୁ ଭିଜିଲାନ୍ସ ଟିମ୍‌ ଜେରା କରୁଛି। ଭିଜିଲାନ୍ସର ୪ଟି ଟିମ୍‌ ଏବେ ଅକ୍ଷାମିତା କାର୍ତ୍ତିକଙ୍କ ଭୁବନେଶ୍ୱର ସ୍ଥିତ ଫ୍ଲାଟ୍‌, ଗୋଲାମୁଣ୍ଡା ବ୍ଲକ୍‌ କାର୍ଯ୍ୟାଳୟ, ସରକାରୀ ବାସଭବନ ଓ କୋରାପୁଟ ସ୍ଥିତ ପୈତୃକ ଘରେ ଚଢ଼ଉ ଚଳାଇଛି।

On receipt of credible input regarding collection of huge bribe amount illegally as PC by Smt Akhyamita Kartik, OAS, BDO of Golamunda Block, Kalahandi, and her movement towards native at Koraput, a team of Odisha Vigilance intercepted her today, a short while ago, near Jaring in between Bhabanipatna- Junagarh and cash of 5 lakhs approx recovered and seized. She is being interrogated to ascertain the source of funds. Searches launched at her locations in Koraput and Kalahandi. Further report follows

ରିପୋର୍ଟ : ରଜତ ମହାପାତ୍ର