ଗୋଳନ୍ଥରା ପୋଲିସକୁ ଏକ ବଡ଼ ସଫଳତା:୭ଗିରଫ, ମାରଣାସ୍ତ୍ର ଜବତ…

ଗୋପାଳପୁର (ସମୃଦ୍ଧ ଓଡିଶା) ଗୋଳନ୍ଥରା ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ଜାତୀୟ ରାଜପଥ ରଣ୍ଢାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ ଡକାୟତି ଉଦ୍ୟମ କରୁଥିବାବେଳେ ପୋଲିସ ସେଠାରେ ଚଢଉ କରି ୭ ଦୁର୍ବୁତ୍ତ ଅପରାଧୀଙ୍କୁ ଗିରଫ କରିଛି । ସେମାନଙ୍କଠାରୁ ବିଭିନ୍ନ ମାରଣାସ୍ତ୍ର ଜବତ କରାଯାଇଛି । ଏସଆଇ ଜୟନାଥ ପ୍ରଧାନ, ଏଏସଆଇ ପିସିି ଆଚାର୍ଯ୍ୟଙ୍କ ସହ ଅନ୍ୟ କର୍ମଚାରୀ ରାତ୍ରିିକାଳୀନ ପେଟ୍ରୋଲିଂ କରୁଥିବା ସମୟରେ ରଣ୍ଢା-ଚିକରଡ଼ା ରାସ୍ତାର ଏକ ଅର୍ଦ୍ଧନିର୍ମିତ କୋଠା ପରିସରରେ କିଛି ଯୁବକ ଏକତ୍ରିିତ ହୋଇଇଥିବା ଜଣାପଡିବା ପରେ ଚଢଉ କରିଥିଲେ । ସେଠାରୁ ଟାମଣା ଅଞ୍ଚଳର ଲୁନା ବେହେରା ଓରଫ୍ ଜଡ଼ା(୩୯), ଗୁଣ୍ଠବନ୍ଧର ସୁରଜ ପଣ୍ଡା(୨୧), ଆଙ୍କୋଲି ବାଉଣି ସାହିର ତୋଫାନ ଦାସ(୨୬), ବଡ଼ଗୁୁମୁଳାର ଲିଟୁ ଦଳାଇ(୨୩), ଅମର କୁମାର ଦଳେଇ(୨୭), ବିକ୍ରମ ଦାସ(୧୯) ଓ ମନୋଜ ଦାସ(୧୯)ଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ ୨ଟି ଜୀବନ୍ତ ବୋମା, ଦୁଇଟି ଖଣ୍ଡା, ଗୋଟିଏ ଲୁହାଛଡ଼ ଜବତ ହୋଇଛି । ଏ ସଂକ୍ରାନ୍ତରେ କେଶ୍ ନଂ ୧୧୧/୧୮ରେ ଏକ ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ବାବୁଲି ନାୟକ କହିଛନ୍ତିି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା