ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକର ଉପାନ୍ତ ଗ୍ରାମ ଓ ସମ୍ବେଦନଶୀଳ ଗ୍ରାମଗୁଡିକରୁ ଏଣିକି ସ୍ୱା ସଂଗ୍ରହ କରାଯାଉଥିବା ଜଣାଯାଇଛି । ଏଥିରୁ ଗୋଷ୍ଠୀ ସଂକ୍ରମଣର ସୂଚନା ଓ ଲକ୍ଷଣଯୁକ୍ତ ବ୍ୟକ୍ତି ବିଶେଷଙ୍କୁ କରୋନାର ସ୍ୱାସ୍ଥ୍ୟସେମା ଲାଗି ସ୍ୱା ଗ୍ରହଣ କରାଯାଉଥିବା ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ପ୍ରକାଶ । ଗତ ୩୦ ତାରିଖରେ ଜଳେଶ୍ବର ବ୍ଲକ ଅନ୍ତର୍ଗତଦ ସୁବର୍ଣ୍ଣରେଖା କୂଳ ତଥା ପଶ୍ଚିମବଂଗ ସୀମା ନିକଟରେ ଥିବା ମାକିଡିଆ ଗାଁରୁ ୧୦୦ ସ୍ୱାବ ସଂଗ୍ରହ ଲାଗି ବାଲେଶ୍ୱରରୁ ଏକ ଟିମ୍ ଡିପିଏମ୍ ଡ. ଅନୀଲ କୁମାର ମହାନ୍ତିଙ୍କ ନେତୃତ୍ୱରେ ଆସିଥିବା ବେଳେ ସ୍ଥାନୀୟ ଲୋକେ ସ୍ୱାବ ନ ଦେବାଲାଗି ଦୀର୍ଘ ସମୟ ଯୁକ୍ତିତର୍କ କରିଥିଲେ । ପରେ ସେଠାରୁ ୩୬ଟି ସ୍ୱାବ ଓ ୫ଟି ଏନ୍ଟି ଜେନ୍ ଟେଷ୍ଟ ଲାଗି ରକ୍ତ ଓ ସ୍ୱାବ ଗ୍ରହଣ କରାଯାଇଥିଲା । ସେଥିରୁ ୩ଜଣ ଏନ୍ଟିଜେନ୍ ପଜେଟିଭ୍ ଥିବାର ଜଣାଯାଇଛି । ସେହିପରି ସେହିଦିନ ରାଇବଣିଆରେ ୨୭ଜଣଙ୍କର ସ୍ୱାବ ଗ୍ରହଣ କରାଯାଇଛି । ପୂର୍ବରୁ ଚୁଡାମଣିପୁର, ଓଲମରା, ଚାଫଲା, ପୁରୁଣାପାଣି, ଖୁଆଡ, ମାଳିପାଳ ଇତ୍ୟାଦିରୁ ସଂଗ୍ରହ କରାଯାଇଥିବା ବେଳେ ଆସନ୍ତା ଦିନରେ କୁଅଁରପୁର, ମୁଣୁତୁଣିଆ, ଦକ୍ଷିଣ ପ୍ରହରାଜପୁରରୁ ସ୍ୱାବ ଗ୍ରହଣ କରାଯିବାର ପ୍ରସ୍ତାବ ରହିଛି । ଏହା ଦ୍ୱାରା ଗୋଷ୍ଠୀ ସଂକ୍ରମଣ ହୋଇଛିକି ନାହିଁ ତାହା ସ୍ପଷ୍ଟ ହେବା ସହ ଲକ୍ଷଣଯୁକ୍ତ ବ୍ୟକ୍ତି ତଥା ସମ୍ବେଦନଶୀଳ ସ୍ଥାନ ଗୁଡିକରୁ କରୋନା ସଂପକରେ ତଥ୍ୟ ମିଳିପାରିବା ସଂପକରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଏଣିକି କୌଣସି ନିର୍ଦ୍ଦିଷ୍ଟ ସ୍ଥାନରୁ ସ୍ୱାକ ଗ୍ରହଣ କରାନଯାଇ ବିଭିନ୍ନ ସମ୍ବେଦନଶୀଳ, ସଂକ୍ରମିତ ସ୍ଥାନ ଓ ସନ୍ଦେହଯୁକ୍ତ ଗ୍ରାମମାନଙ୍କୁ ସ୍ୱାବ ଗ୍ରହଣ କରାଯିବା ଲାଗି ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।
ରିପୋର୍ଟ : ଭୂପତି କୁମାର ପରିଡା