
ବ୍ରହ୍ମପୁର(ସମୃଦ୍ଧ ଓଡିଶା): ବ୍ରହ୍ମପୁର ଗୋସାଇଁନୂଆଗାଁ ଥାନା ଅନ୍ତର୍ଗତ ହରେକୃଷ୍ଣ ନଗର ୧ମ ଲାଇନ ସ୍ଥିତ ଏକ କପଡ଼ା ଦୋକାନରେ ଆଜି ସକାଳେ ଅଗ୍ନିକାଣ୍ଡ ଘଟିଛି । ସକାଳ ପ୍ରାୟ ୬.୩୦ ସମୟରେ ତାଡ଼କେଶ୍ୱର ଟେକ୍ସଟାଇଲସ୍ ରେ ନିଆଁ ଲାଗିଥିବା ସ୍ଥାନୀୟ ଲୋକେ ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗର ଏକ ଟିମ୍ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲେ । ତେବେ ଦୋକନରେ ବହୁ କ୍ଷୟକ୍ଷତି ହୋଇଥିବା ଅଗ୍ନିଶମ ବିଭାଗ ଏଏଫଓ ସନାତନ ମହାପାତ୍ର ସୂଚନା ଦେଇଛନ୍ତି । ତେବେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିବା ବେଳେ ସର୍ଟସର୍କିଟ କାରଣରୁ ଘଟିଥିବା ଅନୁମାନ କରାଯାଉଛି ।
ରିପୋର୍ଟ:ନିମାଇଁ ଚରଣ ପଣ୍ଡା