ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ସହର ନିକଟସ୍ଥ ଗୌଞ୍ଜୁରେ ପିଠା କାର୍ଯ୍ୟକ୍ରମ ସରପଞ୍ଚ ବାସନ୍ତୀ ମହାରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରଙ୍ଗେଇଲୁଣ୍ଡା ବ୍ଲକର ଶିଶୁ ପ୍ରକଳ୍ପ ବିକାଶର ପ୍ରକଳ୍ପ ଅଧିକରିଣୀ ଜ୍ୟୋସ୍ନା ପାଢ଼ୀ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏଥିରେ ମୁଖ୍ୟବକ୍ତା ଭାବେ ବିବିପି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଦାନନ୍ଦ ପାଢ଼ୀ, ଅନ୍ୟତମ ଅତିଥି ଭାବେ ସମିତିସଭ୍ୟ ସବିତା ରଣା, ୟୁପି ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସଂଯୁକ୍ତା ପାଢ଼ୀ, ବିଦ୍ୟୁତ ବିଭାଗର ଅଧିକାରୀ ବିଶ୍ୱଜିତ ପଟ୍ଟନାୟକ, ଏଏନଏମ, ପିଇ ଓ ନିରଞ୍ଜନ ଖଡଙ୍ଗା ମଞ୍ଚାସିନ ହୋଇଥିଲେ । କାର୍ଯ୍ୟକ୍ରମ ସଞ୍ଚାଳନ ଶାନ୍ତନୁ କୁମାର ରଣାଙ୍କ ଦ୍ଵାରା ହୋଇଥିଲା । ସ୍ୱାସ୍ଥ୍ୟ କର୍ମୀ କବିରାଜ ଗୌଡ଼ ସୁନେତ୍ର ଯୋଜନାରେ ଚଷମା ବାଣ୍ଟି ଥିବାବେଳେ ବିଦ୍ୟୁତ ବିଭାଗ ପକ୍ଷରୁ ଏଇଡି ବଣ୍ଟା ଯାଇଥିଲା । କାର୍ଯ୍ୟକ୍ରମ ପୂର୍ବରୁ ସମସ୍ତ ଅଙ୍ଗନ ବାଡ଼ି କର୍ମୀ, ଆଶା କର୍ମୀ ଓ ଗ୍ରାମ ବାସୀ ମିଶି ଗ୍ରାମ ସଫେଇ କରିଥିଲେ । ପଞ୍ଚାୟତର ସମସ୍ତ ୱାର୍ଡ ସଭ୍ୟ ପରିଚାଳନାରେ ସହଯୋଗ କରିଥିବା ବେଳେ ପ୍ରଫୁଲ୍ଲ ମହାରଣା, ଅରୁଣ କୁମାର ପାଢୀ, ଅକ୍ଷୟ ପାଢ଼ୀ, ପିଙ୍କୁ ପାଣିଗ୍ରାହୀ, ବୁଲୁ ସେଠୀ, ପ୍ରକାଶ ରଣ, ନିଗମ ଦାସ, ନିର ବେହେରା, କେଞ୍ଚୁ ବେହେରା, ହରିହର ଦାସ, ଗଗନ ପାଢ଼ୀ, ବିଜୟ ବେହେରା, ଗଙ୍ଗା ସେଠୀ, ନିଲୁ ରଣା ସହଯୋଗ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା
Thank you madam for your response
Thanking you for reading Samrudhaodisha.com