

ବୁଗୁଡ଼ା (ସମୃଦ୍ଧ ଓଡିଶା) ବୁଗୁଡା ବ୍ଲକ୍ ଅନ୍ତର୍ଗତ ଗୌଡିଆବୋରଦା ଗ୍ରାମରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ଅବସରରେ ବିଧାୟକ ସମସ୍ତ ଜନସାଧାରଣଙ୍କ ନିକଟକୁ ଯାଇ ଆର୍ଶୀବାଦ ଭିକ୍ଷା କରିବା ସହ କୃତଜ୍ଞତା ଜଣାଇବା ସହ ଲୋକମାନଙ୍କର ବିଭିନ୍ନ ସମସ୍ୟା ବିଷୟରେ ବୁଝିଥିଲେ । ଏହାପରେ ଏକ ଆଲୋଚନା ସଭା ଅନୁଷ୍ଠିତ କରାଯାଇଥିଲା । ସେଥିରେ ବିଧାୟକ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସମେତ ଗ୍ରାମବାସୀ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲ ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା
