

ପୁରଷୋତ୍ତମପୁର (ସମୃଦ୍ଧ ଓଡିଶା) ପୁରଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଝାଡବାଇ ଗ୍ରାମର “ଗୌରାଙ୍ଗ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ” ପରିସରରେ ୬୦ତମ “ସ୍ଵର୍ଣ ଜୟନ୍ତୀ ମହୋତ୍ସବ” ମହା ଆଡମ୍ବରରେ ପାଳିତ ହୋଇଯାଇଛି । ଏହି ମହୋତ୍ସବରେ ମାନ୍ୟବର ବାଚସ୍ପତି ଓଡିଶା ସୂର୍ଯ୍ୟନାରାୟଣ ପାତ୍ର, ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମିର ରଞ୍ଜନ ଦାସ, ମାନ୍ୟବର ସାଂସଦ ଆସ୍କା, ମାନ୍ୟବର ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଏବଂ ବିଧାୟିକା କବିସୂର୍ଯ୍ୟନଗର, ବିଧାୟିକା ଖଲ୍ଲିକୋଟ, ବିଡିଓ, ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ଶିକ୍ଷାଅଧିକାରୀଙ୍କ ସମେତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

