ବ୍ରହ୍ମପୁର (ସମୃଦ୍ଧ ଓଡିଶା) ତତଲା ତେଲ କାଢାଇରେ ପୋଡି ହୋଇ ବ୍ରହ୍ମପୁର ସିଟି ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଗୌରିଶଙ୍କର ମିଶ୍ରଙ୍କର ଆକୂଳ ନିବେଦନ ମୋର ଆବଶ୍ୟକ ଚିକିତ୍ସା କର ନଚେତ ମୋତେ ଇଚ୍ଛା ମୃତ୍ୟୁ ସକାଶେ ଅନୁମତି ଦିଅ । ଏହି ନିବେଦନ ବିଭିନ୍ନ ଖବର କାଗଜରେ ବାହାରିଲା ପରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଏବଂ ସାଂସଦ ଚନ୍ଦ୍ର ଶେଖର ସାହୁ ତୁରନ୍ତ ହସପିଟାଲରେ ପହଞ୍ଚି କଣ ସାହାର୍ଯ୍ୟ କରାଯାଇ ପାରିବ ତାହା ଆଲୋଚନା କରି ସାହାର୍ଯ୍ୟ ଯୋଗାଇ ଦେବା ନିମନ୍ତେ କିଛି କର୍ମୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସାଂସଦ ଚନ୍ଦ୍ର ଶେଖର ସାହୁ ଦେଶ ବାହାରେ ରହିଥିବାରୁ ଏବଂ ବିଧାୟକ ବିକ୍ରମ କୁମାର ପଣ୍ଡା ବିଧାନସଭା ଚାଲିଥିବା ଯୋଗୁଁ ନିଜେ ଉପସ୍ଥିତ ହୋଇ ହସ୍ପିଟାଲକୁ ଯାଇ ସମସ୍ୟା ସମ୍ପର୍କରେ ବୁଝି ପାରିନଥିଲେ ମଧ୍ୟ ଅନ୍ୟ କର୍ମୀମାନଙ୍କୁ ନିର୍ଦ୍ଦେଶ ଦେଇ ସହଯୋଗ କରିବା ପାଇଁ କହିଥିଲେ । କିନ୍ତୁ ଦୁଇ ଜଣ ଉପରୋକ୍ତ ଜନପ୍ରତିନିଧିଙ୍କ ଚେଷ୍ଟା ଫଳରେ ବ୍ରହ୍ମପୁର ସବକଲେକ୍ଟର ଆଜି ସରକାରୀ ସହାୟତାର ହାତ ବଢାଇଛନ୍ତି । ବର୍ତ୍ତମାନ ନଗଦ ୧୦,୦୦୦ (ଦଶ ହଜାର ଟଙ୍କା) ସହ ସବକଲେକ୍ଟର ମାଲେଶ୍ୱର ପାତ୍ର ଏବଂ ନାଜିର ମନୋରଞ୍ଜନ ମିଶ୍ରଙ୍କ ହାତରେ ଆର୍ଥିକ ସହାୟତା ପଠାଇଛନ୍ତି ଏବଂ ଆଗକୁ ଯାହା ସାହାଯ୍ୟ ଆବଶ୍ୟକ ତାକୁ ପୂରଣ କରାଯିବ ବୋଲି ପ୍ରତିଶୃତି ମଧ୍ୟ ଦେଇଥିବା ଜଣାପଡିଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା