ଚାଷୀ କ୍ଷୟକ୍ଷତି ଆକଳନ ପାଇଁ ଗ୍ରାଉଣ୍ଡରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ। ନୟାଗଡ ଜ଼ିଲ୍ଲା ରଣପୁରରେ ପହଞ୍ଚି କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ, ସାଙ୍ଗରେ ଥିଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଓ ବାଚସ୍ପତି ସୁରମା ପାଢ଼ୀ । ସିଧାସଳଖ ସରକାର ଚାଷୀଙ୍କ ପାଖରେ ପହଞ୍ଚି ଚାଷୀଙ୍କ ସମସ୍ୟା ବୁଝିବା ସହ ପ୍ରଧାନମନ୍ତ୍ରୀ ଫସଲ ବୀମା ସମ୍ପର୍କରେ ଅବଗତ କରାଇଥିବା ବେଳେ ସରକାର ସବୁବେଳେ ଚାଷୀଙ୍କ ସହ ରହିଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏପରି ଏକ ଘଡ଼ିସନ୍ଦୀ ସମୟରେ ନିଜର ପ୍ରିୟ ନେତାଙ୍କୁ ପାଖରେ ପାଇଁ ଖୁସି ବ୍ୟକ୍ତ କରିଛନ୍ତି ଚାଷୀ । ୨୪ ବର୍ଷର ସରକାରରେ ଯେତେବେଳେ ଚାଷୀ ବିପର୍ଯୟର ଶିକାର ହୁଅନ୍ତି । ସେତେବେଳେ କେବଳ ବାବୁମାନେ ଯାଉଥିଲେ ଗ୍ରାଉଣ୍ଡକୁ କିନ୍ତୁ ବର୍ତମାନ ସରକାର ନିଜେ ଯାଉଛନ୍ତି ଗ୍ରାଉଣ୍ଡକୁ । ସେପଟେ ସରକାର ନିଜେ ଚାଷୀଙ୍କ ପାଖକୁ ଆସିଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ଚାଷୀ ।