ଜଳେଶ୍ୱର (ସମୃଦ୍ଧ ଓଡିଶା) କରୋନାର ଭୟାବହତାକୁ ଲକ୍ଷ୍ୟ କରି ଗ୍ରାମାଞ୍ଚଳକୁ ଫେରୁଥିବା ଲୋକଙ୍କ ଠାରେ କରୋନା ଲକ୍ଷଣ ପରିଲକ୍ଷିତ ହେଲେ ସେମାନଙ୍କୁ ତୁରନ୍ତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଲାଗି ରୋଗୀଙ୍କୁ କ୍ୟୁରାଣ୍ଟାଇନ୍ରେ ରଖାଯିବା ଉଦ୍ଦେଶ୍ୟରେ ସରକାରଙ୍କ ପକ୍ଷରୁ ପ୍ରତି ପଞ୍ଚାୟତକୁ ୧୦ଟି ଶର୍ଯ୍ୟା ଯୋଗାଇ ଦିଆଯାଇଛି । ଜଳେଶ୍ୱରର ୩୫ଟି ପଞ୍ଚାୟତକୁ ଏହା ଯୋଗାଣ ହୋଇଥିବାରୁ ଏବେ ସେ ସବୁ କୌଣସି ବିଦ୍ୟାଳୟ କିମ୍ବା ବାତ୍ୟା ଆଶ୍ରୟସ୍ଥଳୀରେ ରଖାଯିବା ସଂପର୍କରେ ଆଜି ବିଡିଓ ଦୀପ୍ତିରଞ୍ଜନ ସେଠୀ ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି । ପ୍ରତି ପଞ୍ଚାୟତକୁ ସରକାରୀ ଘୋଷଣାରେ ରିଲିଫ, କରାସନ୍ ଯୋଗାଣ ଓ ଆର୍ଥକ ସହାୟତା ଯୋଗାଇବା ଲାଗି ବ୍ୟବସ୍ଥା ଆରମ୍ଭ ହୋଇଛି । ଅନ୍ୟ ପକ୍ଷରେ ଗ୍ରାମାଞ୍ଚଳକୁ ଫେରୁଥିବା ପ୍ରତ୍ୟେକ ବ୍ୟକ୍ତି ହୋମ୍ କ୍ୟାରାଣ୍ଟାଇନ୍ରେ ରହିବା ଲାଗି ନିବେଦନ କରିଛନ୍ତି । ଏହା କରାଯାଇ ପାରିଲେ ଭାରତ ଭଳି ଜନବହୁଳ ଦେଶରେ ଏପରି ମହାମାରୀ ରେୀରରୁ ରକ୍ଷା କରାଯାଇ ପାରିବ ବୋଲି କହିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା