ଗ୍ରାମାଞ୍ଚଳରେ ଘର ଘର ବୁଲି କରୋନା ସଚେତନତା ବାର୍ତ୍ତା ଦେଉଛନ୍ତି ସ୍ୱାସ୍ଥ୍ୟ, ଅଙ୍ଗନୱାଡି ଓ ଆଶା କର୍ମୀ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ମହାମାରୀ କରୋନା ଭୂତାଣୁ ସଂକ୍ରମଣରୁ ଗ୍ରାମାଞ୍ଚଳ ଲୋକେ କିଭଳି ସତର୍କ ଓ ସୁରକ୍ଷିତ ରହିବେ ଲକଡାଉନ ସମୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିଦ୍ଦେର୍ଶ କିପରି ପାଳନ କରିବେ ସେ ସମ୍ପର୍କରେ ସ୍ୱାସ୍ଥ୍ୟ, ଆଶା, ଅଙ୍ଗନୱାଡି କର୍ମୀମାନେ ଗ୍ରାମାଞ୍ଚଳରେ ଘରକୁ ଘର ବୁଲି ସଚେତନତା ବାର୍ତ୍ତା ଦେଉଛନ୍ତି । ଅନ୍ୟପକ୍ଷରେ କରୋନା ଲକଡାଉନ ସମୟରେ ଲୋକଙ୍କୁ ଏ ସମ୍ପର୍କରେ ସଚେତନତାର ବାତ୍ତା ବାଣ୍ଟିବାର ସୁଯୋଗ ପାଇଥିବାରୁ ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଉପଲଡା ଗ୍ରାମର ସ୍ୱାସ୍ଥ୍ୟ, ଆଶା, ଅଙ୍ଗନୱାଡି କର୍ମୀମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏଥିପାଇଁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

ରିପୋର୍ଟ : କୃଷ୍ଣ କୁମାର ବେହେରା