
ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ସ୍ଥିତ ଗ୍ରାସୀମଇଣ୍ଡଷ୍ଟ୍ରି ତରଫରୁ ପ୍ରଥମ ଥର ପାଇଁ ଗୁରୁ ଦିବସ ପାଳନ କରାଯାଇଥିଲା । ସିଏସଆର ମୁଖ୍ୟ ରବୀନ୍ଦ୍ର କୁମାର ମହାନ୍ତିଙ୍କ ପୌରହିତ୍ୟରେ ମୁଖ୍ୟ ଅତିଥି ରୂପେ ଗଞ୍ଜାମ ବିଇଓ ସୁବାଷ ଚନ୍ଦ୍ର ଘଡେଇ, ମୁଖ୍ୟ ବକ୍ତା ରୂପେ ଏଚଆର ମୁଖ୍ୟ କେଜି ଗେନୀରିୱାଲ, ସମ୍ମାନିତ ଅତିଥି ରୂପେ କମରସିଆଲ ସ୍କୁଲର ଭାରପ୍ରାପ୍ତ ଅଧ୍ୟକ୍ଷ ଉଷା ରାଣୀ ପାତ୍ର ଯୋଗଦେଇ ଗୁରୁ ଦିବସ ପାଳନ ଉଦ୍ଦେଶ୍ୟ, ଲକ୍ଷ୍ୟ ଉପରେ ଆଲୋକପାତ କରିଥିଲେ ଏବଂ କମ୍ପାନୀର ଏଭଳି କାର୍ଯ୍ୟକ୍ରମ ସମସ୍ତଙ୍କୁ ଉତ୍ସାହିତ କରିବା ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ । ସିଏସଆର ଅଧିକାରୀ ସୁଶାନ୍ତ କୁମାର ଦାଶଙ୍କ ସଂଯୋଜନାରେ ଗଞ୍ଜାମ ଏନଏସି ଓ ପଞ୍ଚାୟତର ବିଭିନ୍ନ ବିଦ୍ୟାଳୟର ପ୍ରାୟ ୭୦ ଜଣ ଶିକ୍ଷକ, ଶିକ୍ଷୟତ୍ରୀଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା