
ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସେକ୍ସନ ୱାନ୍ ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ବଂଶୀଧର ସେଠୀଙ୍କ ୪ଗୋଟି ଘର ଉପରେ ଭିଜିଲାନ୍ସ ଟିମ ଚଢ଼ାଉ କରି ସମସ୍ତ ଘରର ନଥି ପତ୍ର ଯାଞ୍ଚ କରିଛନ୍ତି । ତାଙ୍କର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗର ଆଜି ସକାଳ ସମୟରେ ଭିଜିଲାନ୍ସ ଟିମର ଏକ ଟିମ ତଥା ଦୁଇ ଜଣ ଡ଼ିଏସପି ଏବଂ ୬ଜଣ ଇନ୍ସପେକ୍ଟରକୁ ନେଇ ଏକାକାଳୀନ କନିଷ୍ଠ ଯନ୍ତ୍ରୀଙ୍କ ୪ଗୋଟି ଘର ଉପରେ ଚଢ଼ାଉ କରିଥିଲେ । ବଂଶୀଧରଙ୍କ ବ୍ରହ୍ମପୁର ଶକ୍ତିନଗରର ଦ୍ୱିତୀୟ ଲେନରେ ଥିବା ତିନି ମହଲା କୋଠା ସହ ଲୋଚାପଡ଼ାରେ ସମ୍ପର୍କୀୟଙ୍କ ଘର, ପୋଲସରା ଅଞ୍ଚଳରେ ପୈତୃକ ଘର ଏବଂ ଦିଗପହଣ୍ଡି ସ୍ଥିତ କାର୍ଯ୍ୟ।ଳୟରେ ରେଡ୍ ଚାଲିଥିବା ବେଳେ ବିଭିନ୍ନ ସ୍ଥାନରୁ ବର୍ତ୍ତମାନ ବହୁ ପରିମାଣର ସୁନା, ରୁପା, ଅଳଙ୍କାର, ବ୍ୟାଙ୍କ୍ ଖାତା, ଏଟିଏମ, ବଣ୍ଡ୍ ପେପର୍, ଲୋନ୍ ବୁକ୍ ଆଦିର ଖୋଲତାଡ଼ କରି ତଦନ୍ତ ଜାରି ରହିଥିବା ଭିଜିଲାନ୍ସ ସୂତ୍ରରୁ ଜଣାପଡ଼ିଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
