ଗ୍ରାମ୍ୟ ରାସ୍ତାରେ ବାଲି ବୋଝେଇ ଗାଡି ଯିବାକୁ ନେଇ ଗ୍ରାମବାସୀ ମାନଙ୍କ ଦ୍ୱାରା ରାସ୍ତାରୋକ…

ଜଳେଶ୍ୱର(ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ମହମ୍ମଦନଗରପାଟଣା ଗ୍ରାମର ମୂଖ୍ୟ ଗ୍ରାମ୍ୟରାସ୍ତା ଦେଇ ପ୍ରତ୍ୟେକ ଦିନ ଶହ ଶହ ବାଲି ବୋଝେଇ ଗାଡି ଯାଉଥିବାରୁ ଗ୍ରାମବାସୀ ମାନଙ୍କ ଦ୍ୱାରା ୮ତାରିଖ ଗୁରୁବାର ରାସ୍ତାରୋକ ଆନ୍ଦୋଳନ କରାଯାଇଥିଲା । ସୁବର୍ଣ୍ଣରେଖା ନଦୀରୁ ବାଲି ବୋଝେଇ ଡମ୍ପର, ଟ୍ରକ ଓ ଟ୍ରାକ୍ଟର ଗୁଡିକ ଯିବା ଆସିବା ଦ୍ୱାରା ଗ୍ରାମ ପରିବେଷ ପ୍ରଦୂଷିତ ହେବା ସହ ରାସ୍ତା ପାର୍ଶ୍ୱରେ ଥିବା ବିଦ୍ୟାଳୟକୁ ଛୋଟଛୋଟ ପିଲାମାନେ ଯିବା ଆସିବା ଓ ରାସ୍ତା ପାଶ୍ୱର୍ରେ ଥିବା ମନ୍ଦିରରକୁ ଯିବାର ଅସୁବିଧାକୁ ନେଇ ଗ୍ରାମବାସୀ ମାନଙ୍କ ଦ୍ୱାରା ଏହି ରାସ୍ତାରୋକ କରାଯାଇଥିଲା । ଏଥିପାଇଁ ଗ୍ରାମବାସୀ ମାନେ ଦୀର୍ଘଦୀନ ଧରି ପ୍ରଶାସନକୁ ବାରଂବାର ଜଣାଇ ଥିଲେ ମଧ୍ୟ ବାଲିମାଫିଆ ମାନଙ୍କର ଲମ୍ବା ହାତ ଯୋଗୁଁ କୈାଣସି କାଯ୍ୟାନୁଷ୍ଠାନ ନ ହେବାରୁ ବାଧ୍ୟ ହୋଇ ଏହି ରାସ୍ତାରୋକ କରାଯାଇଛି ବୋଲି ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଧୃବ ଚରଣ ପାଳ ତଥା ଗ୍ରାମବାସୀ ହରିହର ମାନ୍ନା, ସୁବଳ ସାହୁ, ନରେଶ ଦାସ, ମାୟାଧର ଦାସ, ଅରୁଣ ସେନାପତି, ଅଶୋକ ସାହୁ, ପୂର୍ଣ୍ଣଚନ୍ଦ୍ର ସାହୁ, ସୂଦର୍ଶନ ମାଇତି, ଖକନ ଜେନା, ହିମାଂଶୁ ମହାନ୍ତି ପ୍ରମୁଖ ଗ୍ରାମବାସୀ କହିଥିଲେ । ଏହି ରାସ୍ତାରୋକ ଆନ୍ଦୋଳନ ଓ ଧାରଣାରେ ଗ୍ରାମବାସୀ ଏବଂ ବିଦ୍ୟଳୟର ଛାତ୍ରଛାତ୍ରୀ ମାନେ ବସିଥିଲେ । ଏହି ଧରଣା ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିଥିବା ବେଳେ କୈାଣସୀ ସରକାରୀ ବିଭାଗୀୟ କର୍ମକର୍ତା ଆସି ନ ଥିବାର ଜଣାଯାଇଛି ।

ରିପୋର୍ଟ:ଭୂପତି କୁମାର ପରିଡା