ଗ୍ରାମ ପଞ୍ଚାୟତ ମହିଳା ପ୍ରତିନିଧି ମହାସଂଘ ପକ୍ଷରୁ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଦାବି …

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ଗ୍ରାମ ପଞ୍ଚାୟତ ମହିଳା ପ୍ରତିନିଧି ମହାସଂଘ ପକ୍ଷରୁ ବିଭିନ୍ନ ଦାବି କରାଯାଇଛି
। ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡିକର ଉନ୍ନତି ନିମନ୍ତେ ମଧ୍ୟ ଦାବି ହୋଇଛି  । ୩ ବଳଦିଆ ବନ୍ଧ ସ୍ଥିତ ମହତାବ କେନାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଭିନ୍ନ ସମସ୍ୟା ଦେଖାଦେଇଛି ।  ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ବର୍ତ୍ତମାନ ୨୦୩ ଜଣ ଛାତ୍ର ଶିକ୍ଷା ଗ୍ରହଣ କରୁଛନ୍ତି । କିନ୍ତୁ ଆଠଟି ଶ୍ରେଣୀ ପାଇଁ ୬ ଜଣ ଶିକ୍ଷକ କାର୍ଯ୍ୟ କରୁଛନ୍ତି । ଚାରଟି ଶ୍ରେଣୀରେ ୮ ଟି ଶ୍ରେଣୀର ପିଲାଙ୍କୁ ପାଠ ପଢା ହେଉଥିବାରୁ ବହୁ ସମସ୍ୟା ସୃଷ୍ଟି ହେଉଛି । ତେଣୁ ଉପଯୁକ୍ତ ଶିକ୍ଷା ଦାନ ହୋଇ ପାରୁନାହିଁ । ଭଙ୍ଗା ଘର ଏବଂ ପାଣି ଗଳୁ ଥିବା ଶ୍ରେଣୀ ଗୃହରେ ଛାତ୍ରଛାତ୍ରୀମାନେ ପାଠ ପଢୁଛନ୍ତି । ଆବଶ୍ୟକ ସଂଖ୍ୟକ ଶିକ୍ଷକ ଏବଂ ଶ୍ରେଣୀଗୃହ ଅତ୍ୟନ୍ତ ଜରୁରୀ ବୋଲି ଦାବି କରିଛନ୍ତି । ଅଲିଭା ମହାସଂଘର ସଦସ୍ୟା, ଗ୍ରାମ କମିଟି ଏବଂ ଗ୍ରାମ ଶିକ୍ଷା କମିଟି ସଦସ୍ୟମାନେ ଉପରୋକ୍ତ ସମସ୍ୟାକୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ  ଗ୍ରହଣ କରନ୍ତୁ ବୋଲି ଦାବି କରିଛନ୍ତି । ଶିକ୍ଷାର ବିକାଶ ନିମାନେ ସରକାର ‘ସର୍ବଶିକ୍ଷା ଅଭିଯାନ’ ସମସ୍ତଙ୍କ ପାଇଁ ‘ଶିକ୍ଷା’, ‘ଶିକ୍ଷା ଅଧିକାର’ ଇତ୍ୟାଦି ଯୋଜନା ଓ ଆଇନ ଅତ୍ୟନ୍ତ ସ୍ୱାଗତ ଯୋଗ୍ୟ ପଦକ୍ଷେପ । କିନ୍ତୁ ଦୁଃଖର କଥା ଶିକ୍ଷାର ବିକାଶ ବିଶେଷ କରି ଗ୍ରାମାଞ୍ଚଳରେ ଏହାର ସଫଳ ରୂପାୟନ ହୋଇପାରୁନାହିଁ । ଏହା ହେଉଛି ବାସ୍ତବ ଚିତ୍ର । ଅଲିଭା ମହାସଂଘର ସଦସ୍ୟମାନେ ବିଦ୍ୟାଳୟର କିଛି ସମସ୍ୟାର ସମାଧାନ ତୁରନ୍ତ କରିବା ଆବଶ୍ୟକ ବୋଲି ଦାବି କରିଛନ୍ତି । ସମସ୍ୟା ଗୁଡିକ ହେଲା -୧. ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ବଳଦିଆ ବନ୍ଧ  ଗ୍ରାମପଞ୍ଚାୟତର ମହୁଲ ପଡା କେନାଳର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବର୍ତ୍ତମାନ ୧୬୦ ଜଣ ଛାତ୍ରଛାତ୍ରୀ ଅଧୟନରତ ଥିବାରୁ ସେମାନଙ୍କ ସମସ୍ୟା ପ୍ରତି ଗୁରୁତ୍ଵ ପ୍ରଦାନ  । ୮ଟି ଶ୍ରେଣୀକୁ ୫ ଜଣ ଶିକ୍ଷକ ଥିବା ବେଳେ  ସେଥିରୁ ଜଣେ ଶିକ୍ଷକ ରୋଗଗ୍ରସ୍ତ ଯୋଗୁଁ  ଶିକ୍ଷକ ସଂଖ୍ୟା କମିଯିବାରୁ ଶିକ୍ଷା ଦାନରେ ବାଧା ପ୍ରାପ୍ତ । ଅତିରିକ୍ତ ଶିକ୍ଷକ ଓ ଶ୍ରେଣୀ ଗୃହର ଜରୁରୀ ଆବଶ୍ୟକ । ବିଦ୍ୟାଳୟର ପାଚେରୀ ନ ଥିବାରୁ ଶିକ୍ଷାଦାନ ସମୟରେ ଗାଈ ଛେଳି ଇତ୍ୟାଦି ପ୍ରବେଶ କରୁଥିବାରୁ ପାଠ ପଢ଼ାରେ ବ୍ୟାଘାତ ସୃଷ୍ଟି ହେବା ସହ ବିଦ୍ୟାଳୟର ସବୁଜ ବଳୟ ନଷ୍ଟ ହେଉଛି । ଛାତ୍ରଛାତ୍ରୀଙ୍କର ସୁରକ୍ଷା ପାଇଁ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରୁଛି ବୋଲି କହିଛନ୍ତି । ଆବଶ୍ୟକ ସଂଖ୍ୟକ ଶିକ୍ଷକ ଏବଂ ଶ୍ରେଣୀଗୃହ ଯୋଗାଣ ଦେଲେ ଶିକ୍ଷାର ବିକାଶ ହେବା ସହ ଭବିଷ୍ୟତ  ନାଗରିକ ଗଢିବା ପାଇଁ ସହାୟକ ହୋଇପାରିବ ବୋଲି ଅଲିଭ ମହାସଂଘର ସଦସ୍ୟା, ଗ୍ରାମ କମିଟି ଏବଂ ଶିକ୍ଷା କମିଟିର ସଦସ୍ୟ ବୃନ୍ଦ ପୁଷ୍ପାଞ୍ଜଳି ପରିଡା ପ୍ରମୁଖ  ଦାବି କରିଛନ୍ତି ।

ରିପୋର୍ଟ : ଶୁଭମ କୁମାର ପାଣି