ଜଳେଶ୍ୱର (ସମୃଦ୍ଧ ଓଡିଶା) ଗ୍ରୀନ୍-ରେ ଚିଟଫଣ୍ଡ ସମଗ୍ର ଦେଶରୁ ଦୁଇ ହଜାର କୋଟିରୁ ଅଧିକ ଟଙ୍କା ଲୁଟିଥିବା ବେଳେ ଓଡିଶାରୁ ପ୍ରାୟ ୫୦୦ କୋଟି ଟଙ୍କା ଲୁଟିଥିଲେ । ସରକାରଙ୍କ ନିର୍ଦ୍ଦେଶକ୍ରମେ ବାଲେଶ୍ୱର ଜିଲାର ଜଳେଶ୍ୱର ଠାରେ ଥିବା ଏହାର ମୁଖ୍ୟ କାର୍ଯ୍ୟାଳୟକୁ ୨୦୧୩ ମସିହା ମେ ମାସରେ ସିଲ କରାଯାଇଥିଲା । ଏହାର ୩ଜଣ ମୁଖ୍ୟଙ୍କ ମଧ୍ୟରୁ ସହିରୁଦ୍ଦିନ ଓରଫ ଗୋରା କୁ କୋଲକତା ଏୟାରେପୋର୍ଟରୁ ଓ ଆୟୁବ ସାହାକୁ ଛତିଶଗଡରୁ ଗିରଫ କରାଯାଇଥିବା ବେଳେ ସଂସ୍ଥାର ମୁଖ୍ୟ ଖାଲିକ ସାହା ବର୍ତ୍ତିମାନ ସୁଦ୍ଧା ଫେରାର ରହିଛି । ଫଳରେ ଆଜି ମଂଗଳବାର ଛତିଶଗଡ ପୋଲିସ୍ର ଏକ ୪ଜଣିଆ ଟିମ୍ ଜଳେଶ୍ୱର ଆସି ସହରରେ ଥିବା ଖାଲିକ୍ ସାହା, ତୋଇମୁଦ୍ଦିନ ଓ ଅଜିତ୍ ସାହାଙ୍କ ଘର ଉପରେ ଚଢାଉ କରିଥିଲେ । ମାତ୍ର କାହାରିକୁ ଗିରଫ କରିବାରେ ସଫଳ ନ ହୋଇ ଫେରି ଯାଇଥିବା ଜଣାଯାଇଛି । ସୂଚନାଯୋଗ୍ୟ ଗତ ଜୁଲାଇ ମାସରେ ସିବିଆଇ ଡିଏସ୍ପି ଅଶୋକ କୁମାରଙ୍କ ସହିତ ଆସିଥିବା ୬ଜଣିଆ ଟିମ୍ ଏହି ଅଂଚଳକୁ ଆସି ୨ଜଣ ସହଯୋଗୀ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ଏହି ଖବର ଜଣାଯିବାପରେ ଗ୍ରୀନ୍-ରେ ଚିଟ୍ଫଣ୍ଡ ମାମଲାରେ ଜଡିତ ଥିବା ଅଭିଯୁକ୍ତଙ୍କ ମଧ୍ୟରେ ଛାନିଆ ପଶିଛି । ଏହା ଜଳେଶ୍ୱର ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି ।
ରିପୋର୍ଟ : ଭୂପତି ପରିଡା