


ବ୍ରହ୍ମପୁର (ସମୃଦ୍ଧ ଓଡିଶା) ପରିବେଶକୁ ସନ୍ତୁଳିତ ରଖିବା ପାଇଁ ସାରା ବିଶ୍ୱ ଅକ୍ଟୋବର ମାସକୁ ଗ୍ରୀନ ଏକ୍ସନ ୱିକ ଭାବେ ପାଳନ କରିଆସୁଛି । ଏହି ପରିପ୍ରେଷିରେ ବ୍ରହ୍ମପୁର ମୋତି ହୋଟେଲ ପପିସରରେ ସ୍ୱେଚ୍ଛାସେବୀ ସଂସ୍ଥା ୟୁଥଫର ସୋସିଆଲ ଡେଭଲପମେଣ୍ଟ ତରଫରୁ ଏକ ଦିନିକିଆ କମଶାଳା ଅନୁଷ୍ଟିତ ହୋଇଯାଇଛି । ବର୍ଜ୍ୟବସ୍ତୁ କମାଇବା ସହ ପ୍ଲାଷ୍ଟିକକୁ ବ୍ୟବହାର ନ କରିବା, ପ୍ରାକୃତିକ ସମ୍ପଦର ଉପଯୋଗକୁ କମ କରିବା, ଜୈବିକ ଖାଦ୍ୟ ବ୍ୟବହାର ନିମନ୍ତେ ଗୁରୁତ୍ୱାରୋପ କରିବା ଏବଂ ସତତ ବିକାଶ ଲଷ୍ୟ ଆଧାରରେ ପ୍ରତ୍ୟେକ ମନୁଷ୍ୟକୁ ଉନ୍ନତ ସ୍ୱାସ୍ଥ୍ୟ ତଥା ଜୀବନଧାରଣ ମନରେ ଉନ୍ନତି ଆଣିବା ଲଷ୍ୟ ନେଇ କର୍ମଶାଳାରେ ଆଲୋଚନା କରାଯାଇଥିଲା । ଏହି କର୍ମଶାଳାରେ ମୁଖ୍ୟଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଯୋଗଦେଇ କର୍ମଶାଳାକୁ ଉଦଘାଟନ କରିଥିଲେ । ୱାଇ.ଏସ.ଡି ମୁଖ୍ୟ ବିଭୂ ପ୍ରସାଦ ସାହୁ କାର୍ଯ୍ୟକ୍ରମର ଉଦ୍ଧେଶ୍ୟକୁ ଉପସ୍ଥାପନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଞ୍ଚଳିକ ବିକାଶ ପରିଷଦର, ରବିନହୁଡ ଆରମୀ, ଟିମକ୍ଲିନ ସିଟି, ମାରୁଆଡି ମହିଳା ସମିତି, ମହାତ୍ମା ହୋଲ୍ଡିକ୍ଲବର କର୍ମକର୍ତ୍ତା ମାନେ ନିଜର କାର୍ଯ୍ୟକ୍ରମକୁ ଉପସ୍ଥାପନା କରିଥିଲେ । ଏହି କାଯ୍ୟକ୍ରମକୁ ୱାଇ.ଏସ.ଡିର ଚନ୍ଦନ କୁମାର ସାହୁ ଓ ଅବିରାମ କହଁର ପରିଚାଳନା କରିଥିବା ବେଳେ ସୃତି କୁମାରୀ ସାହୁ ଓ ଦିବ୍ୟଭଞ୍ଜନି ସାସମଲ ସହଯୋଗ କରିଥିଲେ ।
ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା




