

ରାୟଗଡା (ସମୃଦ୍ଧ ଓଡିଶା) ପଲିଥିନ ବହୁଳ ବ୍ୟବହାର କରନ୍ତୁ ନାହିଁ । ଏହା ମାଟିରେ ମିଶି ପାରେ ନାହିଁ । ଫଳରେ ମାଟିର ଉର୍ବରତା ଦିନକୁ ଦିନ ହ୍ରାସ ପାଏ । ଏହି ସବୁ ସଚେତନତା ନାରାଦେଇ ଗ୍ରୀନ ରାୟଗଡା ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଗ୍ରୀନ ରାୟଗଡା ସଭାପତି କେକେ ଜେନା ଓ ଆବାହକ ଯୋଗେଶ୍ୱର ଦାସଙ୍କ ନେତୃତ୍ୱରେ ଅତିରିକ୍ତ ଏସପି ଅଶୋକ ସାହୁ, ସିଆରପିଏଫ ଦୂତୀୟ କମାଣ୍ଡ ମିତୁ ରୋୟ, ବିଭିନ୍ନ ସ୍କୁଲ ଓ ମହାବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ନେଇ ସ୍ଥାନୀୟ ଗଜପତି ଛକରୁ ଏକ ସଚେତନତା ଶେଭାଯାତ୍ରା ବାହାରି ଥିଲା । ଶୋଭାଯାତ୍ରଟି ସହରର ଓଭର ବ୍ରିଜ ତଳେ ଥିବ ମୁଖ୍ୟ ବଜାର ଦେଇ ଯିବା ସମୟରେ ବ୍ୟବସାୟୀ ଏବଂ ଗ୍ରାହାକଙ୍କୁ ପଲିଥିନ ଥଳି ବ୍ୟବହାରକୁ ବନ୍ଦ କରି କପଡା ପ୍ରସ୍ତୁତ ଥଳି ବ୍ୟବହାର କରିବା ପାଇଁ ଲୋକଙ୍କୁ ପ୍ରବର୍ତ୍ତା ଯାଉଥିଲା । ଏପରିକି ପଲିଥିନ ବ୍ୟବହାର କରୁଥିବା ବ୍ୟକ୍ତିଙ୍କୁ ଗୋଟିଏ ଗୋଟିଏ କପଡା ଵ୍ୟଗ ବଣ୍ଟନ କରାଯାଉଥିଲା । ଶୋଭାଯାତ୍ରାଟି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଥିଲା ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ



