“ଗ୍ଲୋବାଲ ନେଟୱାର୍କ” ପକ୍ଷରୁ ଆଲୋଚନା ଚକ୍ର : ମହାକାଶରେ ଶାନ୍ତି ବଜାୟ ପାଇଁ ଆହ୍ୱାନ…

ଛତ୍ରପୁର (ସମୃଦ୍ଧ ଓଡିଶା )ଛତ୍ରପୁର ପବ୍ଲିକ ସ୍କୁଲ  ଠାରେ ଗ୍ଲୋବାଲ ନେଟୱାର୍କ ପକ୍ଷରୁ  ‘ମହାକାଶରେ ଶାନ୍ତି ବଜାୟ’ ଶୀର୍ଷକ ଉପରେ ଏକ ଆଲୋଚନା ଚକ୍ର   ଅବସରପ୍ରାପ୍ତ  ଡିଆଇ ନିରଞ୍ଜନ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ଏହି ଆଲୋଚନା ଚକ୍ରରେ  ଗ୍ଲୋବାଲ ନେଟୱର୍କର ଭାରତର ମୁଖ୍ୟ  ତଥା ନିର୍ଦ୍ଦେଶକ ଜେ.ନାରାୟଣ ରାଓ ମୁଖ୍ୟ ଅତିଥି  ଭାବେ  ଯୋଗଦେଇ ମହାକାଶ ଉପରେ ବିଶ୍ୱର ସମସ୍ତ ଜନସାଧାରଣଙ୍କ ସାମନ ଅଧିକାର ରହି ଥିବା ବେଳେ  ବିଶ୍ୱର ଅନେକ ଦେଶ ସେମାନଙ୍କର ସୁରକ୍ଷା ବାହାନାରେ ମହାକାଶରେ  ଯୁଦ୍ଧାସ୍ତ୍ର ଗଚ୍ଛିତ ରଖିବା ସହ ଗୁଇନ୍ଦା ଭଳି  ତଥ୍ୟ ସଂଗ୍ରହ ଓ ଅନ୍ୟାନ୍ୟ  କାରଣରୁ ବହୁତ  ଗୁଡିଏ ସ୍ୟାଟଲାଇଟ୍ ପ୍ରେରଣ କରୁଛନ୍ତି ।  ନିକଟରେ ପ୍ରାପ୍ତ ସୂଚନା ମୁତାବକ ୨୩୦୦ରୁ ଉଦ୍ଧ୍ୱର୍  ସ୍ୟାଟଲାଇଟ୍ ଅଚଳ ଅବସ୍ଥାରେ ମହାକାଶରେ  ଘୁରି ବୁଲୁଛି । ଯଦ୍ୱାରା ଶାନ୍ତିର ମହାକାଶ ଆଜି ଆବର୍ଜନା ପୂର୍ଣ୍ଣ  ଏବଂ ବିପଦର ସନ୍ଦେହ ସୃଷ୍ଟି କରିଛି । ତେଣୁ ଯୁଦ୍ଧାସ୍ତ୍ର ମୁକ୍ତ ପୃଥବୀ  ହେଉଛି ଆଜିର ଆହ୍ୱାନ । ମହାକାଶକୁ କୈାଣସି  ଦେଶ ପୈତୃକ ଜାଗିରଦାର ଭଳି ବ୍ୟବହାର ନକରି ଏହାକୁ  କେବଳ ବିଶ୍ୱର ଉନ୍ନତୀ ଓ ଶାନ୍ତି ପାଇଁ ବ୍ୟବହାର କରିବା ଉଚିତ ବୋଲି ସେ କହିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ଓକିଲ ସଂଘର ପୂର୍ବତନ ସଭାପତି ଗୋକୁଳ ଚନ୍ଦ୍ର ପଣ୍ଡା, ମହେଶ୍ୱର ରାଉତ, ରାମଚନ୍ଦ୍ର ପାତ୍ର, ହର ପ୍ରସାଦ ରଥ, ପୂର୍ବତନ ବିଧାୟକ ଅଶୋକ କୁମାର ଚୈାଧୂରୀ, ବିଦେଶୀ ନାହାକ, ଛତ୍ରପୁର ଓକିଲ ସଂଘର ସଭାପତି କେ. ଶିବରାମ ରେଡ୍ଡୀ ପ୍ରମୁଖ ଯୋଗଦେଇ  ନିଜ ନିଜ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ  ଛତ୍ରପୁର ଓକିଲ ସଂଘର ସଂପାଦକ ଏସ୍.ଶ୍ୟାମ କୁମାର, ପ୍ରକାଶ ଚନ୍ଦ୍ର ପାତ୍ର, ଅଳକାନାଥ ମିଶ୍ର, ଶ୍ରମିକ ନେତା ବୃନ୍ଦାବନ ପଲାଇ, ଏସ୍.କ୍ରିଷ୍ଣା ରେଡ୍ଡୀ, ଡି.ଆଦିନାରାୟଣ ରେଡ୍ଡୀ, କୈଳାଶ ପଲାଇ, ଏନ୍.ଗିରିଜା ପ୍ରସାଦ ରେଡ୍ଡୀ, ସୟଦ ମୁକ୍ତାର,  ସିଏଚ୍.ଜନାର୍ଦ୍ଦନ ରେଡ୍ଡୀ, ଶ୍ରମିକ ନେତା ଅଜୟ ମହାପାତ୍ର, ଏ.କାଳିଆ,  ମନୋଜ କୁମାର ବେହେରା,  ପ୍ରଫୁଲ ପାଣିଗ୍ରାହୀ, ଗୁରୁନାଥ ପ୍ରଧାନଙ୍କ ସମେତ ବହୁମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଥିଲେ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା