ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ପୂର୍ବାହ୍ନରେ ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଶିଖରପୁର ଗାଁର ଗୋପାଳ ଓଝାଙ୍କ ଘରେ ଗ୍ୟାସ୍ ଟାଙ୍କି ଲିଖି ହୋଇ ଅଗ୍ନିକାଣ୍ଡ ଘଟି ତାଙ୍କର ୨ବଖରା ବାସଗୃହ ଓ ଗୁହାଳ ପୋଡି ନଷ୍ଟ ହୋଇ ଯାଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ଏହି ଅଗ୍ନିକାଣ୍ଡ ସମ୍ପର୍କରେ ଦମକଳ କେନ୍ଦ୍ରକୁ ଖବର ଦିଆଯାଇଥିଲା । କିନ୍ତୁ ଦମକଳ ବାହିନୀ ଘଟଣାସ୍ଥଳେ ପହଞ୍ଚିବାରେ ବିଳମ୍ବ ହୋଇଥିଲା । ଯାହା ଫଳରେ ୧ଟି ବାଇକ୍, ୩୦କ୍ୟୁଣ୍ଟାଲ ଧାନ, ୨ କ୍ୟଣ୍ଟାଲ ଚାଉଳ, ଟିଭି, ଫ୍ରିଜ୍, ଆଲମିରାରେ ଥିବା ୧୪ହଜାର ଟଙ୍କା ଓ ଅଳଙ୍କାର ମଧ୍ୟ ପୋଡି ଯାଇଥିବା ଜଣାପଡିଛି । ନିକଟରେ ଥିବା ଗୁହାଳଟି ହେପାଡି ଯାଇଥିବାରୁ ଆଜି ରାତିରେ ତାଙ୍କ ପ୍ରାଣିକୁଟୁମ୍ବୁ ଓ ଗୃହପାଳିତ ପଶୁ ଖୋଲା ଆକାଶ ତଳେ ରହିଛନ୍ତି । ସରପଞ୍ଚ ହରେକୃଷ୍ଣ ଗିରି, ପୂର୍ବତନଦ ସରପଞ୍ଚ ବିଦ୍ୟାଧର ମଲ୍ଲିକ, ସମିତି ସଦସ୍ୟ ଝାଡେଶ୍ୱର ଦାସ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି କିଛି ବସ୍ତ୍ର ଯୋଗାଇ ଦେଇଥିଲେ । ବର୍ତ୍ତମାନ ସେହି ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି ।
ରିପୋର୍ଟ : ଭୂପତି କୁମାର ପରିଡା