

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ନଗର ସ୍ଥିତ ବର୍ମା କଲୋନୀ ନିକଟରେ ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗିଯିବାରୁ ଜଣେ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏହି ଘଟଣା ଶୁଣି ବିଜେପି ଗଞ୍ଜାମ ଜିଲ୍ଲାର ଏକ ପ୍ରତିନିଧି ଦଳ ଜିଲ୍ଲା ସଭାପତି କାହୁ ଚରଣ ପତି, ରାଜ୍ୟ କର୍ଯ୍ୟକାରିଣୀ ସଦସ୍ୟ ସରୋଜ ସାବତ, ସୁନୀଲ ପାତ୍ରଙ୍କ ସମେତ କିଛି ପାର୍ଟି କର୍ମୀ ଏମ.କେ.ସି.ଜି ହସ୍ପିଟାଲ ଗସ୍ତକରି ପୀଡ଼ିତାଙ୍କ ସମ୍ପର୍କରେ ଡ଼କ୍ଟରଙ୍କ ସହିତ ଆଲୋଚନା କରିଥିଲେ । ଆଶୁ ଚିକିତ୍ସା ସମ୍ପୂର୍ଣ୍ଣ ପୂର୍ବକ ବ୍ରୋନ ୱାର୍ଡ ମେଡିକାଲରେ ନଥିବା ଯୋଗୁଁ ଯଥାଶୀଘ୍ର ଏସସିବି କଟକକୁ ସ୍ଥାନାନ୍ତରଣ କରିବା ପାଇଁ ପରାମର୍ଶ ଦେଇଥିଲେ । ପୀଡ଼ିତାଙ୍କ ଆଶୁ ଆରୋଗ୍ୟ କାମନା କରି ପୀଡ଼ିତାଙ୍କ ପରିବାର ବର୍ଗ ସହିତ ଆଲୋଚନା କରି ସମବେଦନା ଜଣାଇଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା


