
ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ବରଡିହା ଗ୍ରା.ପ.ର ରାଇଶୋଳ ଗାଁର ପଂଚୁ ସିଂର ପୁଅ ଜଗନ୍ନାଥ (୨୨) ଅପରାହ୍ନରେ ଘରକୁ ଫେରୁଥିବା ବେଳେ ବଜ୍ରାଘାତରେ ମ୍ୟୁତୁ ହୋଇଥିବାର ତାର ବାପା ପ୍ରକାଶ କରିଛି । ଆଜି ସକାଳେ ରାଇବଣିଆ ପୁଲିସ୍ ଶବ ବ୍ୟବଚ୍ଛେଦର ବ୍ୟବସ୍ଥା କରିଛି । ମାତ୍ର ମୃତ ଜଗନ୍ନାଥକୁ ହାତୀଗଡ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିବାପରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ସୂଚନାଯୋଗ୍ୟ ରାଇଶୋଳ ଗାଁ ପଡିଆରେ ଏକ ଭଲିବଲ ଟୁର୍ଣ୍ଣମେଣ୍ଟ ଦେଖିବାକୁ ଯାଇଥିବା ତାର ପରିବାର ସୂତ୍ର୍ରରୁ ପ୍ରକାଶ । ତାର ମୃତ୍ୟୁ ସଂପର୍କରେ ବହୁ କଥା ଶୁଣିବାକୁ ମିଳୁଛି । ଏ ସଂପର୍କରେ ଏକ ଅପମୃତ୍ୟୁ ମାମଲା ରାଇବଣିଆ ଥାନାରେ ରୁଜୁ ହୋଇଛି ।
ରିପୋର୍ଟ : ଭୂପତି କୁମାର ପରିଡା