
ଜଳେଶ୍ଵର (ସମୃଦ୍ଧ ଓଡିଶା) ସରକାର ପ୍ରତ୍ୟେକ ଗ୍ରାମକୁ ପକ୍କା ରାସ୍ତା ଯୋଗାଇ ଦେବାର ଡିଡିମ୍ବ ପିଟୁଥିବା ବେଳେ, ଜଳେଶ୍ଵର ବ୍ଲକରେ ତାହାର କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚି ହୋଇଚି । ଗୋପୀମୋହନପୁର ଗ୍ରାମ ପଞ୍ଚାୟତସ୍ଥିତ ସରଦିଦା ଗ୍ରାମର ଲକ୍ଷ୍ମୀ ପୋଖରୀ ଆଡ଼ିରେ ଥିବା ୬ ହରିଜନ ଓ ଆଦିବାସୀ ପରିବାର ସହିତ ୩୦ ରୁ ୪୦ ଜଣ ଲୋକ ରହି ଆସୁଛନ୍ତି । ଏହି ଲୋକ ମାନେ ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ ହେବ ଉକ୍ତ ଲକ୍ଷ୍ମୀ ପୋଖରୀ ଆଡ଼ିରେ ସ୍ଥାଈ ଗୃହ ନିର୍ମାଣ କରି ବସତି ସ୍ଥାପନ କରି ଅଛନ୍ତି । ମାତ୍ର ବର୍ଷା ଦିନ ହେଲେ ଆଣ୍ଠୁଏ ପାଣି ପାର ହୋଇ ବହୁ କଷ୍ଟରେ ହାଟ ବଜାର ଓ ରୋଗୀଙ୍କୁ ନେଇ ଯିବାକୁ ପଡ଼େ । ଏମାନେ ରାସ୍ତାରେ ପାଇଁ ବହୁ ନେତୃ ସ୍ଥାନୀୟ ଲୋକଙ୍କୁ ଜଣାଇ ଥିଲେ ମଧ୍ୟ, ତାର କିଛି ପ୍ରତିକାର କରାଯାଉ ନାହିଁ । ଆଗାମୀ ଦିନରେ ରାସ୍ତା ନ ହେଲେ ସେମାନେ ଆନ୍ଦୋଳନ କରିବେ ବୋଲି ଜଣାଇଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା
