ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ତହସିଲ ଅନ୍ତର୍ଗତ ସାନରାମଚନ୍ଦ୍ରପୁର ମୌଜାର ରହୁଥିବା ଖାତା ନମ୍ବର ୮୩ରେ ଘର କରି ରହୁଥିବା ଲୋକମାନଙ୍କୁ ପଟ୍ଟା ପ୍ରଦାନ ନିମନ୍ତେ ଆଜି ଛତ୍ରପୁର ନିର୍ବାଚନ ମଣ୍ଡଳୀର ବିଜେଡ଼ି ଯୁବ ନେତା ପ୍ରଶାନ୍ତ କୁମାର କରଙ୍କ ନେତୃତ୍ୱରେ ଜନସାଧାରଣ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର ଦାଶଙ୍କୁ ସାକ୍ଷାତ କରି ଏକ ଲିଖିତ ଦାବୀ ପତ୍ର ପ୍ରଦାନ କରିଛନ୍ତି । ଦାବୀ ପତ୍ରରେ ଦର୍ଶାଯାଇଛି ଯେ, ସାନରାମଚନ୍ଦ୍ରପୁର ମୌଜାର ଖାତା ନମ୍ବର ୮୩ ଓ ପ୍ଲଟ୍ ନମ୍ବର ୩୩୨, ୩୩୩, ୩୩୪, ୩୩୫, ୩୩୬, ୩୩୭, ୩୩୮,୩୩୯,୩୪୦, ୩୫୦, ୩୫୫, ୩୫୬, ୩୫୭ , ୩୫୮, ୩୫୯, ୩୬୦, ୩୬୧, ୩୫୧, ୩୫୨, ୩୫୩, ୩୫୪, ୩୭୫ ମାନଙ୍କରେ ଦୀର୍ଘ ଦିନ ହେଲା ଘର କରି ସ୍ଥାୟୀ ବାସିନ୍ଦାମାନେ ପରିବାର ଧରି ଚଳି ଆସୁଛନ୍ତି । ସେମାନଙ୍କ ନାମରେ ସ୍ଥାୟୀ ଘର ନଥିବାରୁ ଏହି ମୌଜରେ ଘରପଟା ଯୋଗାଇ ଦେବାକୁ ଦାବି ପତ୍ରରେ ଉଲ୍ଲେଖ ଅଛି । ବି ଲିଙ୍ଗରାଜ ପାତ୍ର, ଦିଲେଶୁ ପାତ୍ରଙ୍କ ସମେତ ସାନରାମଚନ୍ଦ୍ରପୁର ଗ୍ରାମର ବହୁ ବାସିନ୍ଦା ଏଥିରେ ଉପସ୍ଥିତ ଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା