ଘରପୋଡିର ୫ମାସ ପରେବି ହିତାଧିକାରୀଙ୍କୁ ମିଳିନି ସରକାରୀ ସହାୟତା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଲୋକମାନଙ୍କ ଆବଶ୍ୟକତାକୁ ଲକ୍ଷ୍ୟ କରି ଯୋଜନା ପରେ ଯୋଜନା ହେଉଥିଲେ ମଧ୍ୟ ହିତାଧିକାରୀ ମାନଙ୍କୁ ସୁବିଧା ସୁଯୋଗ ମିଳୁନଥିବାରୁ ବିଭିନ୍ନ ସମୟରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯାଇଛି । ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଏବଂ ରାଇବଣିଆ ଥାନାର ଉପାନ୍ତ ସର୍ଦ୍ଦାର ବନ୍ଧ ପଂଚାୟତାର ଶଂଖାଭଂଗା ଗାଁର ରାମଚନ୍ଦ୍ର ଟୁଡୁ ଓ ଲୁସ୍କୁ ଟୁଡୁଙ୍କ ୬ବଖରା ଘର ଗତ ଶିବରାତ୍ରୀ ଅର୍ଥାତ୍ ମାର୍ଚ୍ଚ ୪ ତାରିଖରେ ସଂପୂର୍ଣ୍ଣ ପୋଡି ଯାଇଥିଲା । ଏ ସଂପର୍କରେ ସବିଶେଷ ତଥ୍ୟ ସ୍ଥାନୀୟ ଆର୍ଆଇ ଓ ତହସିଲଦାରଙ୍କୁ ଦିଆଯାଇଥିଲେ ମଧ୍ୟ ଘଟଣାର ୫ମାସ ପରେ ଆଜି ଯାଏ କୋøଣସି ସରକାରୀ ସହାୟତା ମିଳିନଥିବାର ଆଜି ଉପରୋକ୍ତ ୨ ବ୍ୟକ୍ତି ଅଭିଯୋଗ କରିଛନ୍ତି । ସ୍ଥାନୀୟ ଆର୍ଆଇ ଖଣ୍ଡିଏ ପଲିଥିନ ଦେଇ ଗଲାପରେ ଆଜିଯାଏ କିଛି ଦେଇନଥିବାରୁ ସେହି ପଲିଥିନ ତଳେ ମୁଣ୍ଡ ଗୁଞ୍ଜଛନ୍ତି ୨ ଭାଇଙ୍କ ପରିବାର । ଏବେବି ପୋଡା ଘରଟି ଭଂଗାରୋଜ ଅବସ୍ଥାରେ ଛିଡା ହୋଇଛି । ଅଗ୍ନି କାଣ୍ଡର କାରଣ ଜଣନଥିଲେ ମଧ୍ୟ ଘରର ସମସ୍ତ ଆସବାପତ୍ର, ଧାନଚାଉଳ ପୋଡି ଯାଇଥିଲାବେଳେ ସରକାରୀ ସାହାର୍ଯ୍ୟକୁ ଅପେକ୍ଷା କରି ବସିଛନ୍ତି ୨ ଭାଇ ବୋଲି ଆଜି କୋହମିଶି କଣ୍ଠରେ କହିଛନ୍ତି ସାମ୍ବାଦିକ ମାନଙ୍କୁ । ଘରପୋଡି ବାବଦକୁ ସହାୟତା ଓ ଆବସ ଯୋଜନାରେ ଘର ଯୋଗାଇବାକୁ ଦାବୀ ହୋଇଛି ।

ରିପୋର୍ଟ : ଭୂପତି କୁମାର ପରିଡା