
ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ମ୍ୟୁନିସିପାଲ୍ଟିର ପଂଚୁଘଣ୍ଟା ଅଂଚଳରେ ବସବାସ କରି ଆସୁଥିବା ସୁଦାମ ଚନ୍ଦଙ୍କ ସ୍ତ୍ରୀ ପ୍ରଣତି ଚାନ୍ଦ (୨୫) ଆଜି ଆତ୍ମହତ୍ୟା କରିଥିବା ଜଣାଯାଇଛି । ଝୁଲନ୍ତା ଅବସ୍ଥାରେ ତାଙ୍କ ଶବ ଉଦ୍ଧାର କରାଯିବାପରେ ଏଥିନେଇ ଜଳେଶ୍ୱର ପୋଲିସ୍ ଛାନଭିନ ଚଳାଇଛି । ମୃତ ମହିଳାଙ୍କର ଜଣେ ଦେଢ ବର୍ଷର କନ୍ୟା ଥିବା ବେଳେ ଆଜି ମୃତ୍ୟୁ ପରେ ତାଙ୍କ ବାପା ଘରର ଲୋକମାନେ ପଶ୍ଚିମବଂଗର କାକ୍ରାଜିତ୍ ଗ୍ରାମରୁ ଆସି ଏଠାରେ ପହଞ୍ଚିଛନ୍ତି । ଗ୍ରାମବାସୀ ମାନେ ଏହି ମୃତ୍ୟୁ ସଂପର୍କରେ ସନ୍ଦେହ ପ୍ରକାଶ କରି ଉଚ୍ଚସ୍ତରୀୟ ତଦନ୍ତ ଦାବୀ କରିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା