
ଜଳେଶ୍ୱର (ସମୃଦ୍ଧ ଓଡିଶା) ରାଇବଣିଆ ଥାନା ଅନ୍ତର୍ଗତ କାଳିକ ପଂଚାୟତର ଗହିରାବନ୍ଧ ଗାଁର ରାଧାନାଥ ପାତ୍ରଙ୍କ ପୁଅ ରତ୍ନାକରର ଝୁଲନ୍ତା ଶବ ଉଦ୍ଧାର କରାଯାଇଛି । ଗତ ସୋମବାର ତାର ବାପା ମା ଘରେ ଅନୁପସ୍ଥିତ ଥିବା ବେଳେ ଘରୋଇ କଳିକୁ କେନ୍ଦ୍ର କରି ରତ୍ନାକର ପାତ୍ର(୨୫) ଫାସି ଲଗାଇ ଆତ୍ମହତ୍ୟା କରିଥିବା ଜଣାଯାଇଛି । ଏହି ଘଟଣାରେ ପୋଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।
ରିପୋର୍ଟ : ଭୁପିତ କୁମାର ପରିଡା