ଘରୋଇ ବସ୍ ମାଲିକ ସଂଘର ପ୍ରଥମ ସଂପାଦକଙ୍କ ବିୟୋଗରେ ଶୋକ ସଭା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଉତ୍ତର ବାଲେଶ୍ୱରର ଘରୋଇ ବସ୍ ମାଲିକ ସଂଘ ଗଠନରେ ପ୍ରମୁଖ ଭୂମୀକା ଗ୍ରହଣ କରିଥିବା ଓ ପରେ ମାଲିକ ସଂଘର ସଭାପତି ଓ ସଂପାଦକ ଦାୟିତ୍ୱ ତୁଲାଇଥିବା ସୁରେନ୍ଦ୍ର ନାଥ ଚନ୍ଦଙ୍କୁ ବିୟୋଗରେ ଆଜି ଜଳେଶ୍ୱର ବସ୍ ମାଲିକ ସଂଘ ପକ୍ଷରୁ କାଳୀମନ୍ଦିର ପରିସରରେ ଶୋକ ସଭା ପାଳିତ ହୋଇ ଯାଇଛି । ଏଥିରେ ସୁବୋଧ କୁମାର ଭ୍ରୂୟାଁ ଅଧ୍ୟକ୍ଷତା କରିଥିବା ବେଳେ ସୁଧିର କୁମାର ମହାନ୍ତି, ଅଭିଜିତ୍ ପ୍ରଧାନ, ଦେବଲ କୁମାର ମିଶ୍ର, ପ୍ରଦୀପ କୁମାର ପାତ୍ର, ଉଜ୍ଜଳ କୁମାର ପାତ୍ର, ହରେନ୍ଦ୍ର ଦାସ, ପ୍ରଦୀପ କୁମାର ପାତ୍ର (୨)ଯୋଗ ଦେଇ ଯୋଗ ଦେଇ ଜଳେଶ୍ୱରରେ ବସ୍ମାଲିକ ମାନଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ଉଚ୍ଚକର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରି ସେ ସବୁର ସମାଧାନ କରିପାରୁଥିଲେ । ଏହା ବ୍ୟତିତର ଜଳେଶ୍ୱର ଏନ୍ଏସିର ଅଧ୍ୟକ୍ଷ , ଜିକେଭଟ୍ଟର ହସ୍ପିଟାଲ କମିଟିର ସଦସ୍ୟ, ସେଣ୍ଟ ଜେମ୍ସ୍ କନଭେଣ୍ଟ ବିଦ୍ୟାଳୟ ସଂପାଦକ, ବାସନ୍ତୀ ମନ୍ଦିର ନିର୍ମାଣରେ ଅକୁଷ୍ଠିତ ସହାୟତା କରି ପ୍ରିୟଭାଜନ ହୋଇପାରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭୋଳାନାଥ ଦାସ, ରାତନ ସାହୁ, ଜୀବନକୃଷ୍ଣ ଦାସଅଧିକାରୀ, ନନୀଗୋପାଳ ଭୂୟାଁ, ଦିପୁ ପରିଡା ପ୍ରମୁଖ ସ୍ମୃତିଚାରଣ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡ଼ା