
ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା ଗୋସାଣି ବ୍ଲକ ଅନ୍ତର୍ଗତ ଉପଲଡା ଗ୍ରାମ ପଞ୍ଚାୟତରେ ବିଜେଡ଼ି ଯୁବ ନେତା ଏସ.ଲିଙ୍ଗରାଜଙ୍କ ନେତୃତ୍ୱରେ ଏକ ଟିମ ବାହାରି ଗ୍ରାମବାସିଙ୍କୁ ଖାଦ୍ୟ ସାମଗ୍ରୀ, ସାନିଟାଇଜର, ମାକ୍ସ ଓ ବିଭିନ୍ନ ପ୍ରକାର ସାମଗ୍ରୀ ବଣ୍ଟନ କରିଛନ୍ତି । ସାରା ବିଶ୍ୱରେ ଯେଉଁ ଭଳି କରୋନା ଭାଇରସ ବ୍ୟାପି ଚାଲିଛି, ଲୋକେ କାମ ନ ପାଇ ହତାଶ ହୋଇ ପଡ଼ିଥିବା ସମୟରେ ଯୁବ ନେତା ଏସ. ଲିଙ୍ଗରାଜ ବାବୁ ଗରିବ ଲୋକଙ୍କ ସାହା ହୋଇଥିବା ଗ୍ରାମବାସୀ ଜଣାଇଛନ୍ତି । ଲୁଙ୍ଗରାଜ ବାବୁ ବିଗତ ଦିନରେ ମଧ୍ୟ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ କିଛି ଟଙ୍କା ଦେଇ ଚର୍ଚ୍ଚାରେ ଆସିଥିଲେ ଓ ଆଗାମୀ ଦିନରେ ମଧ୍ୟ ଗରିବ ଲୋକଙ୍କୁ ସାହଯ୍ୟ କରିବେ ବୋଲି ସୂଚନା ଦେଇଛନ୍ତି ।
ରିପୋର୍ଟ : କୃଷ୍ଣ କୁମାର ବେହେରା
