ଘୁମୁସର ଜିଲ୍ଲା ବିଜେପିର ସାମ୍ୱାଦିକ ସମ୍ମିଳନୀ : ଘରକୁ ଘର ବୁଲି ସଦସ୍ୟତା ଚୟନ ପାଇଁ ଶିଶିର ମିଶ୍ରଙ୍କ ଆହ୍ୱାନ

ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା) ଭାରତୀୟ ଜନତା ପାର୍ଟି ଘୁମୁସର ସାଂଗଠନିକ ଜିଲ୍ଲା ପକ୍ଷରୁ ହିଞ୍ଜିଳିକାଟୁରେ ସଦସ୍ୟତା ଅଭିଯାନ ସମ୍ପର୍କିତ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ପୌର ପରିଷଦ ଅତିଥି ଭବନ ସଭାଗୃହରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ବିଜୟ କୁମାର ସ୍ବାଇଁ କହିଥିଲେ ଯେ, ସଂଗଠନ ଚଳାଇବାର ମୂଳ ଆଧାର ହେଉଛନ୍ତି କାର୍ଯ୍ୟକର୍ତ୍ତା ଏବଂ ଦଳର ଶକ୍ତିର ମୂଳ ଆଧାର ହେଉଛି ସଂଗଠନ। ସରକାର ଓ ସଂଗଠନ ମଧ୍ୟରେ ସମନ୍ଵୟ ରଖି ଲୋକଙ୍କ ସେବା କରିବା ହେଉଛି ବିଜେପିର ଲକ୍ଷ୍ୟ। ଆଉ ଏଥି ନିମନ୍ତେ ଘରକୁ ଘର ବୁଲି ସଦସ୍ୟତା ଗ୍ରହଣ କରାଯିବ। ସଦସ୍ୟତା ଅଭିଯାନ ପରେ ସମସ୍ତ ପଞ୍ଚାୟତ ଓ ମଣ୍ଡଳ ସ୍ତରୀୟ ସାଂଗଠନିକ ମୋର୍ଚ୍ଚା ପ୍ରସ୍ତୁତ ହେବ। ଏହି କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶିଶିର ମିଶ୍ର, ଜିଲ୍ଲା ସଦସ୍ୟତା ଅଭିଯାନ ପ୍ରଭାରୀ ତଥା ସାଧାରଣ ସମ୍ପାଦକ ନୀଳମାଧବ ପାତ୍ର, ନାରାୟଣ ବେହେରା, ଅନିଲ କୁମାର ପଣ୍ଡା ଓ ଜିଲ୍ଲା ଉପସଭାପତି ମାଧବ ଗୌଡ଼ ମଞ୍ଚାସୀନ ଥିଲେ। ମଣ୍ଡଳ ସଭାପତି ସନ୍ତୋଷ କୁମାର ପାଣିଗ୍ରାହୀ, ଯୁବମୋର୍ଚ୍ଚା ସଭାପତି ନୀତେଶ ପଣ୍ଡା, ଜିଲ୍ଲା ଯୁବମୋର୍ଚ୍ଚା ସମ୍ପାଦକ ବିକାଶ ମହାନ୍ତି ଓ ମଣ୍ଡଳ ସଧାରଣ ସମ୍ପାଦକ ରବୀନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ସଂଯୋଜନା କରିଥିଲେ।
ରିପୋର୍ଟ:-ରଜତ ପଟ୍ଟନାୟକ