

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି । ଏହାର ପ୍ରଭାବରେ ଗତକାଲି ରାତ୍ର ଠାରୁ ହିଁ ବର୍ଷା ଲାଗି ରହିଛି । ଯାହାକୁ ନେଇ ଭୁବେନଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ଦିଆଯାଇଛି । ମଧ୍ୟରାତ୍ରିରୁ ବର୍ଷାର ପରିମାଣ ବଢ଼ିବାରେ ଲାଗିଛି । ପାଣିପାଗ ସୂଚନା ବିଭାଗର ଅନୁସାରେ ଆହୁରି ଦୁଇ ଦିନ ବର୍ଷା ଲାଗି ରହିବ । ତେଣୁ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ସତର୍କତା ଅବଲମ୍ବନ କରାଯାଇଥିବା ଜିଲ୍ଲାପାଳ ଅନୁପମ ଶାହା ସୂଚନା ଦେଇଛନ୍ତି । ଏଥିପାଇଁ ଜିଲ୍ଲାର ୭ ଟି ଯାକ ବ୍ଲକର ବିଡିଓଙ୍କୁ ସତର୍କ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଲଘୁଚାପ ପ୍ରଭାବରେ ରାଜ୍ୟରେ ତିନି ଜିଲ୍ଲା ଗଜପତି, ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ପକ୍ଷରୁ ସୂଚନା ଦିଆଯାଇଛି । ମୁଖ୍ୟତ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ୩ନଂ ୱାର୍ଡ ସ୍ଥିତ ସାମୁଟିଆ ସାହି ନଦିଆତଟା ସାହି ଭଣ୍ଡାରୀ ସାହି ଟ୍ରେନିଂ ସ୍କୁଲ ରୋଡ ସହରର ତଳ ଭାଗରେ ରହିଥିବାରୁ ବର୍ଷା ହେଲେ ପାଣି ଜମି ରହିବା ସହ ଘର ଭିତରେ ପଶିବାରୁ ସାହି ବାସିନ୍ଦା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡିଛି ।
ରିପୋର୍ଟ : କୃଷ୍ଣ କୁମାର ବେହେରା
