

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବଡ଼ବଜ଼ାର ଥାନ ଅନ୍ତର୍ଗତ ଜଗବନ୍ଧୁ ସାହିରେ ବେଆଇନ ଭାବେ ନକଲି ହରିଡ଼ାଖଣ୍ଡି ଗୁଟଖା ପ୍ରସ୍ତୁତ କରାଯାଉଥିବା କୌଣସି ସୂତ୍ରରୁ ବଡ଼ବଜ଼ାର ଥାନାର ଏସଆଇ ଭସତ ରଞ୍ଜନ ରlୟ ଖବର ପାଇ ପୋଲିସ ଟିମ ସହ ଚଢ଼ାଉ କରିଥିବା ସୂଚନା ମିଳିଛି l ସୂଚନା ଅନୁଯାୟୀ ଜଗବନ୍ଧୁ ସାହି ମୁଖ୍ୟ ରାସ୍ତାରେ ରହୁଥୁବା ଏସ ଗୁରୁମୁର୍ତ୍ତି ରେଡ୍ଡି ଓରଫ ରବି ନିଜ ଘରେ ବେଆଇନ ଭାବେ ଗୁଟଖା କାହାର ଛତ୍ରଛାୟା ତଳେ ପ୍ରସ୍ତୁତ କରୁଥିଲେ ବୋଲି ଜଣାପଡିଛି l ଏହି ଚଢ଼ାଉରେ ଘଟଣା ସ୍ଥଳରୁ ୫ ବସ୍ତା କଞ୍ଚାମାଲ, ୪ ବସ୍ତା ନକିଲି ଗୁଟଖା, ୨ଟି ପ୍ୟାକିଂ ମେସିନ, ୨ ବସ୍ତା ପ୍ଲାଷ୍ଟିକ ଜରି ଜବତ କରିବା ସହ ରବିକୁ ଥାନାରେ ଅଟକ ରଖି ବେଆଇନ ଗୁଟଖା ବ୍ୟବସାୟରେ କିଏ କିଏ ସଂପୃକ୍ତ ସେ ନେଇ ପଚରା ଉଚରା କରୁଥିବା ବେଳେ ଏ ନେଇ ଥାନାରେ କେସ ନଂ ୧୫୮/୨୦୦ରେ ଏକ ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ପ୍ରଶାନ୍ତ ଭୂପତି ସୂଚନା ଦେଇଛନ୍ତି l
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା