

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ୟୁଥ୍ କ୍ଲବ ତରଫରୁ କପିଳାସ ନିକଟବର୍ତ୍ତୀ ବିଭିନ୍ନ ସ୍ଥାନରେ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କ୍ଲବର ସଭାପତି ପ୍ରହ୍ଲାଦ ମହାନ୍ତି, ସଂପାଦକ ଜ୍ୟୋତିବିଳାସ ସାହୁ, କ୍ଲବର କୋଷାଧ୍ୟକ୍ଷ୍ୟ ପ୍ରଶାନ୍ତ ଦାଶ, କ୍ଲବର ସଭ୍ୟ ଜ୍ଞାନୋଦୟ ଦାଶ, ଲିପୁନ୍ ବେହେରା, ଦିପୁ ଦୋରା, ପିଣ୍ଟୁ ରଣା, ଅଶିତ୍ ମହାନ୍ତି, ଆଲୋକ ବରାଳ, ବୁଲୁ ଦାସ, ବଳଭଦ୍ର ପତିଙ୍କ ସହ କ୍ଲବର ଅନ୍ୟାନ୍ୟ ସଦସ୍ୟଙ୍କ ପ୍ରମୁଖ ଉପସ୍ଥିତିରେ କପିଳାସ ଛକ, ପାର୍କ ଛକ, ସନ୍ତୋଷୀ ଛକ, ବୃଷଭ ଅଞ୍ଚଳର ଚତୁର୍ପାଶ୍ବରେ ଗତକାଲି ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ ସମସ୍ତ ସଦସ୍ୟ ତଥା ସ୍ବେଚ୍ଛାସେବୀମାନଙ୍କୁ ଆନ୍ତରିକ ସାଧୁବାଦ ଜଣାଇଛନ୍ତି ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ୟୁଥ୍ କ୍ଲବର ସଦସ୍ୟମାନେ ।
