
ଭୁବନେଶ୍ୱର (ସମୃଦ୍ଧ ଓଡ଼ିଶା)କେନ୍ଦୁଝର ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ହୋଇପାରନ୍ତି ଚନ୍ଦ୍ରାଣୀ ମୁର୍ମୁ। ଆଜି ନବୀନ ନିବାସକୁ ଆସିଥିବା ବେଳେ ସେ ନିଜେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଚନ୍ଦ୍ରାଣୀ ପେସାରେ ଜଣେ ମେକାନିକାଲ ଇଞ୍ଜିନିୟର। ସେ ହେଉଛନ୍ତି କେନ୍ଦୁଝରର ପୂର୍ବତନ ସାଂସଦ ହରିହର ସୋରେନଙ୍କ ନାତୁଣୀ। ତେବେ ନବୀନ କିନ୍ତୁ ଏ ନେଇ ବିଧିବଦ୍ଧ ଘୋଷଣା କରିନାହାନ୍ତି।ଚନ୍ଦ୍ରାଣୀ ଆଜି ନବୀନ ନିବାସ ଆସି ବିଧିବଦ୍ଧ ବିଜେଡିରେ ମିଶିଥିଲେ।